କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ସ୍ଥାନୀୟ ରାମଲା ଆଶ୍ରମ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୧୩ଗୋଟି କ୍ଲଷ୍ଟରର ୨୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସୁରଭି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁମିତା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ରାମଲା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଚକ୍ର, ଚମ୍ପୁଆ ସିଆରସିସି ବିଜୟ ଲକ୍ଷ୍ମୀ ମହାକୁଡ, ପରମେଶ୍ୱର ମହାନ୍ତ ପ୍ରମୁଖ ତେର ଗୋଟି କ୍ଲଷ୍ଟରର ସମସ୍ତ ସିଆରସିସି ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏଥିରେ ମୋଟ 30ଟି ବିଭାଗରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କନିଷ୍ଠ, ବରିଷ୍ଠ, ଗରିଷ୍ଠ ଆଦି ବିଭାଗ ରହିଥିଲାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ, ଗୀତ ଆଦି ମଧ୍ୟ ସ୍ଥାନୀୟ ହୋଇଥିଲା । ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚିତ୍ରାଙ୍କନ, ଚିତ୍ରକଳା, ହସ୍ତାକ୍ଷର, ଶୃତଲିଖନ, ପ୍ରବନ୍ଧ, ମଧ୍ୟହ୍ନଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି ସ୍ଥାନ ପାଇଥିଲା । ପ୍ରାୟ ଦିନ ଦୁଇ ଘଟିକା ସମୟରେ ବିଭିନ୍ନ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାଗୁଡିକର ମୂଲ୍ୟାଙ୍କନ କରାଯାଇ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଗିରିଜା ଶଙ୍କର କର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଙ୍ଗଳ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ଯୋଗଦାନ କରି ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
