କାର୍ତ୍ତିକ ପୂର୍ଣ୍ଣିମାରେ ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପବିତ୍ର କାର୍ତ୍ତିକ ପଞ୍ଚୁକ ଉତ୍ସବର ରାସ ପୂର୍ଣ୍ଣମୀ ପର୍ବ ପାଳନ ହୋଇଯାଇଛି । ଆଜି ଏହି ଅବସରରେ ଭୋର୍ ୫.୦୦ ଘ.ରେ ଦ୍ବାର ଫିଟା, ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଖେଚୁଡ଼ି ଭୋଗ ଆଦି ପୂଜାନୀତି ପରେ ଶ୍ରୀଜିଉମାନଙ୍କ ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହୋଇଥିଲା । ଆଜି ଏ ପବିତ୍ର ତିଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟରୁ ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିଲା ପାତାଳି ଶ୍ରୀକ୍ଷେତ୍ର।

ଏ ଅବସରରେ ଆଜି ଶ୍ରୀମଦ୍ଭାଗବତ ମହାପୁରାଣ ଦଶମ ସ୍କନ୍ଧ(ଗୋପଲୀଳା)ର ମହାରାସ ପାରାୟଣ କରାଯାଇଥିଲା । ଗାୟକ ଭାବରେ ଗୋପାଳ ପଣ୍ଡା, ବିଜୟ କୁମାର ହୋତା, ସୁଧୀର କୁମାର ପୁରୋହିତ,ପୂର୍ଣ୍ଣଚନ୍ଦ୍ର ପାଢୀ ଓ ବାଦ୍ୟଯନ୍ତ୍ରରେ ଜାନକୀରାମ ଦେହୁରୀ,ମନୋରଞ୍ଜନ ପାଢୀ, ଚମରା ସେଠୀ,ପଂଚାନନ ମନ୍ତ୍ରା , ନରେନ୍ଦ୍ର ବାଘ, ନାରାୟଣ ଦେହୁରୀ ସହଯୋଗ କରିଥିଲେ । ଗୁଣାକର ପଣ୍ଡା, ଚିତ୍ତରଞ୍ଜନ ପାଢୀ, ଦୀପକ କୁମାର ପଣ୍ଡା,ରାଜେଶ ପାଣିଗ୍ରାହୀ, ଫକିର ମୋହନ ପାଢୀ,ଶରଦ ଚାନ୍ଦ ପ୍ରମୁଖ ବେଶ ଓ ପୂଜା ନୀତି ସଂପାଦନ କରିଥିଲେ । ଘଣ୍ଟ, ଶଂଖ, ହରିବୋଲ ହୁଳାହୁଳି ରେ ଛଳିଆ କନ୍ଦର ଉଛୁଳି ପଡୁଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!