ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୋନପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ସୋନପୁର ର ବାଇମୁଣ୍ଡି କୁହା ଯାଉଥିବା ସ୍ୱର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇ ଯାଇଛି l ପରେ ସ୍ୱର୍ଗତ ଶ୍ରୀ କୁଶଳ ଙ୍କ ପ୍ରତିମୂର୍ତ୍ତି ରେ ବରେଣ୍ୟ ଅତିଥି ଓ ଶହ ଶହ ଶୁଭେଚ୍ଛୁ ଧୂପ ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଓ “କୁନ୍ଦୁରୁ କୁଶଳ ଅମର ରହେ” “ମୋର୍ ସୋନପୁର ମୋତେ ସୁନ୍ଦର୍” ନାରା ଦେଇ ଥିଲେ l ପରେ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ର ଆୟୋଜନ କରା ଯାଇଥିଲା l ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ବର୍ଗତ କୁଶଳ କେବଳ ଯେ ଏକ ଅପ୍ରତିଦ୍ଵନ୍ଦୀ ନେତା ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ ନିଜ ମାଟି କୁ ଓ ଗରିବ ଙ୍କୁ ଭଲ ପାଉଥିଲେ ବୋଲି କହିଥିଲେ l
ସମ୍ମାନିତ ଅତିଥି ଭାବରେ ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ କଇରୁ ସ୍ବାଇଁ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଶ୍ରମିକ ନେତା ଗୋବିନ୍ଦ ମହାରଣା, ପ୍ରାଧ୍ୟାପକ ଡ଼ଃ ସୌରଭ ରଞ୍ଜନ ଖମାରୀ ଯୋଗ ଦେଇ ଶ୍ରୀ କୁଶଳ ଙ୍କ ସ୍ମୁତି ଚାରଣ କରିଥିଲେ l ଜଣେ ଅପାଠୁଆ ହୋଈ ବି ବିଜୁ ପଟ୍ଟନାୟକ ଙ୍କ ଅତି ପ୍ରିୟ ଓ ଓଡ଼ିଶା ର ପରିଚିତ ନେତା ଭାବେ ଆଗୁଆ ଥିଲେ l ସାହିତ୍ୟ ରେ ଇତିହାସ ରେ ସେ ନ ରହିଲେ ବି ଶ୍ରଦ୍ଧା ରେ ଅନ୍ତର ରେ ସମସ୍ତେ ମନେ ରଖିବା ଭଳି ଜଣେ ଅସାଧାରଣ ମଣିଷ ଶ୍ରୀ କୁଶଳ ବୋଲି ଶ୍ରୀ ମହାରଣା ପ୍ରକାଶ କରି ଥିଲେ ଓ ରାସ୍ତା ରେ ନିଜେ ପିଚୁ ଢାଳିବା ଠୁ ଆରମ୍ଭ କରି ବିଜୁ ବାବୁ ଙ୍କ ଗୋଡ଼ ଧରି ମହାନଦୀ ବ୍ରିଜ୍ ଓ ସୋନପୁର ଅଞ୍ଚଳ ର ଅନେକ ଐତିହାସିକ କାର୍ଯ୍ଯ ହାସଲ କରିଥିଲେ l
ଜିଲ୍ଲା ଗଠନ ରେ ଶ୍ରୀ କୁଶଳ ଙ୍କ ଭୂମିକା ଅବିସ୍ମରଣୀୟ ବୋଲି କହିଥିଲେ l ଆଦିବାସୀ ହରିଜନ ଶ୍ରମିକ ଙ୍କୁ ସଂଗଠିତ କରାଇବାରେ , ସୋନପୁର ରୁ ଭୁବନେଶ୍ୱର ଯିବାକୁ ଲୋକ ଙ୍କ ପାଇଁ ସରକାରୀ ବସ ରେ ସିଟକୋଟା ପାଈଁ ଆନ୍ଦୋଳନ କରି କାମ ହାସଲ କରିବାରେ l ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ସମସ୍ତ କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିବାବେଳେ ସଭା କୁ କୋଶଳ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ ପରିଚାଳନା କରିଥିଲେ l ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସ୍ଵାଗତ ଭାଷଣ ଦେଇଥିବାବେଳେଇଂରାଜୀ ପ୍ରଧ୍ୟାପକ ଶ୍ରୀ ମଦନ ସୁନ୍ଦର ଖେତୀ ଧନ୍ୟ ବାଦ ଅର୍ପଣ କରିଥିଲେ।
