ସୁବର୍ଣ୍ଣପୁର ଠାରେ ରାଜ୍ୟ ସ୍ତରୀୟ ନୌକାଚାଳନା ପ୍ରତିଯୋଗିତା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ସହରର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତୀ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇ ଏଇ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା କୁ ଶୁଭାରମ୍ଭ କରି ଥିଲେ l ଓ ମହାନଦୀ ର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ବିଭୋର ହୋଇ ଯାଇଥିଲେ l ଏଇ ନୌବାଣିଜ୍ୟ ପରମ୍ପରାର ସହ ଯୋଡ଼ି ହୋଇଥିବା ଏ ଉତ୍ସବ କୁ ମା ଲଙ୍କେଶ୍ବରୀ ପୀଠ କୁ ପର୍ଯ୍ୟଟନ ସହ ଯୋଡିବାକୁ ଉଦ୍ୟମ ଜାରି ରଖିବାକୁ ପ୍ରତିଶୁତି ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନଗର ପାଳ କଇରୁ ସ୍ବାଇଁ, ଆୟୋଜକ କମିଟି ଉପଦେଷ୍ଟା ପୁରୁଷୋତ୍ତମ ପାଣିଗ୍ରାହୀ, ଯୁବ ସଂଗଠକ ଚକ୍ରାୟୁଧ ନାଏକ ଯୋଗ ଦେଇ ଆୟୋଜକ, ପ୍ରତିଯୋଗୀ , କଳାକାର ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ l

ନୌକା ଚାଳନା ପ୍ରତିଯୋଗିତା ରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସର୍ବମୋଟ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ଯାହାକି ଚାରି ରାଉଣ୍ଡ ରେ ପ୍ରଥମ ସିଲେକ୍ସନ୍ ରେ ୮ଟି ଟୃପ କୁ ଚୟନ କରାଯାଇଥିଲା l ଓ ସେଥିରୁ ଫାଇନାଲ ଟିମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଯେଉଁଥିରେ କି ଅଭିମନ୍ୟୁ ବେହେରା , ସୁରଜ୍ ତରିଆ ସୁବର୍ଣ୍ଣପୁର ଜିଲ୍ଲା ପ୍ରଥମ ବିଜେତା ଭାବେ , ବିକାଶ ଛତ୍ରିଆ ,ଆଲୋକ ତରିଆ ଦ୍ଵିତୀୟ ବିଜେତା ଓ ଶରତ ମହାଲିଙ୍ଗ , ଅନଙ୍ଗ ତରିଆ କେଉଁଟି ପାଲି ସୁବର୍ଣ୍ଣପୁର ଜିଲ୍ଲା ତୃତୀୟ ବିଜେତା ଭାବରେ ଉନ୍ନିତ ହୋଇଥିଲେ l ପରେ ସମସ୍ତ ବିଜୟୀ ପ୍ରତିଯୋଗୀ ଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିଲେ। ଚନ୍ଦନ ଟ୍ରିଉଟରିଆଲ ର କଳାକାର ମାନଂକ ଦ୍ବାରା ଏକ ଚିତା କର୍ଷକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ କଳାକାରଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରା ଯାଇଥିଲା l

ସଭା କୁ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନା କରିଥିଲେ l ଭାଗବତ ମନ୍ଦିର ତେନ୍ତୁଳି ଘାଟ କମିଟି ସଭାପତି କୁନୁ ବେହେରା, ଉପ ସଭାପତି ମୁନା ବାରିକ୍, କୋଷାଧ୍ୟକ୍ଷ ବୃଷଭ ବୁଡେକ୍, ସମ୍ପାଦକ ପବିତ୍ର ସାହୁ, ବୈଦ୍ୟ ନାଥ ସାହୁ, ହିମାଂଶୁ ନାଏକ, ଜଗନ୍ନାଥ ସାହୁ, ଚନ୍ଦନ ସେଠୀ, ଜିତେନ୍ଦ୍ର ନାଏକ, ହଳଧର ତରିଆ , ସତ୍ୟ ବାନ ନାଏକ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆଜିର ଏ ଉତ୍ସବ ରେ ହଜାର ହଜାର ଲୋକ ଙ୍କ ଭିଡ ଜମିଥିଲା l ରେଫେରି ସଞ୍ଜୟ କୁମାର ନୌକା ଚାଳନା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat