କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲବଡବିଲ, ତାରିଖ ୮ ନଭେମ୍ବର ୨୦୨୫ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲରେ “ସପ୍ତଶକ୍ତି ସଙ୍ଗମ” ନାମକ ଅର୍ଥପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦିବା ୨ଘଣ୍ଟାରୁ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ମୋଟ ୨୧୮ ଜଣ ମାଆମାନଙ୍କ ଅଂଶଗ୍ରହଣ ଥିଲା ।ଭାରତବର୍ଷ ପାଇଁ ମାତୃଶକ୍ତିଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ସଚେତନତା ଜାଗ୍ରତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ଆଚାର୍ଯ୍ୟା ଶ୍ରୀମତୀ ନନ୍ଦିନୀ ମହାନ୍ତି, ଶ୍ରୀମତୀ ରଞ୍ଜିତା ରାଣୀ ଦାଶ ଓ ଶ୍ରୀମତୀ ଅନିତା ନାୟକ ବିଭିନ୍ନ ବିଷୟରେ ଅନୁପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଆଚାର୍ଯ୍ୟା ଚିନ୍ମୟୀ ପାଣିଗ୍ରାହୀ, ବୀଣାପାଣି ମହାନ୍ତ, ଲକ୍ଷ୍ମୀ କୁମାରୀ ଦାସ ଓ ମାତୃଭାରତୀ ସଦସ୍ୟା ଅନ୍ନପୂର୍ଣ୍ଣା ଭଦ୍ର ବିଭିନ୍ନ ଐତିହାସିକ ନାରୀ ବେଶରେ ମଞ୍ଚସ୍ଥ ହୋଇ ଦର୍ଶକମାନଙ୍କ ମନକୁ ମୋହିତ କରିଥିଲେ ।କାର୍ଯ୍ୟକ୍ରମର ସଫଳ ପରିଚାଳନା ଆଚାର୍ଯ୍ୟା ଶ୍ରୀମତୀ ପୁଷ୍ପଶ୍ରୀ ପତି, ଲକ୍ଷ୍ମୀପ୍ରିୟା ସାହୁ, ମାନସୀ ଗରି, ଅରୁନ୍ଧତୀ ମହାନ୍ତ, ରଶ୍ମି ମଞ୍ଜିରୀ ଜେନା ଓ ଅନିତା ମହାନ୍ତ ସହ ଅନ୍ୟାନ୍ୟ ଆଚାର୍ଯ୍ୟାମାନେ କରିଥିଲେ ।ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ପୂର୍ବତନ ଆଚାର୍ଯ୍ୟା ବନଜ୍ୟୋତ୍ସ୍ନା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ପରିଚାଳନା ସମିତି ସଦସ୍ୟା ଶ୍ରୀମତୀ ସସ୍ମିତା ବେହେରା ଧନ୍ୟବାଦ ଜଣାଇଥିଲେ ।ସମଗ୍ର କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀଙ୍କ ତତ୍ତ୍ୱାବଧାନରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।
