ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନ୍ଯାସର ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବଂଶୀଧର ଦାଶଙ୍କ ବେଦପାଠ ପରେ ଚନ୍ଦ୍ରଶେଖର ଦାଶ ନିର୍ବାଚନ ପରିଚାଳନା କରିଥିଲେ। ଏ ଅବସରରେ ବିଶ୍ବମୋହନ ମିଶ୍ର-ସଭାପତି , ପ୍ରକାଶ ଚନ୍ଦ୍ର ରଥ-କାର୍ଯ୍ଯକାରୀ ସଭାପତି , ବିପିନ ବିହାରୀ ପଟ୍ଟନାୟକ-ଉପସଭାପତି , ହରେକୃଷ୍ଣ ପାତ୍ର-ସାଧାରଣ ସମ୍ପାଦକ , ଗୋରୀପତି ଦାଶ ଓ ନଗେନ୍ଦ୍ର ନାଥ ଷଡ଼ଙ୍ଗୀ-ସହସମ୍ପାଦକ , ଶ୍ଯାମସୁନ୍ଦର ନାୟକ-କୋଷାଧକ୍ଷ , ରାମକୃଷ୍ଣ ସାହୁ-ସମୀକ୍ଷକ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।
ଏଥି ସହ ଉପଦେଷ୍ଟା ଭାବେ ସୁରେଶ ଚନ୍ଦ୍ର ଦାଶ, ନନ୍ଦ କିଶୋର ମିଶ୍ର, ଉପେନ୍ଦ୍ର ପଟ୍ଟନାୟକ ଏବଂ ୧୨ ଜଣଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ଅନ୍ଯପକ୍ଷରେ ନ୍ଯାସ ପକ୍ଷରୁ ଆଗାମୀ ୧୪ ତାରିଖ ଦିନ ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଆଗାମୀ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶିକ୍ଷକ ସୋରଭ ସମ୍ମାନ ଉତ୍ସବରେ ପୁରସ୍କୃତ କରାଯିବା ନେଇ ସ୍ଥିର କରାଯାଇଥିଲା । ପରିଶେଷରେ ବିପିନ ବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
