ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ୨୦୨୫ ଖରିଫ ଧାନ ମଣ୍ଡିର ଶୁଭ ଉଦଘାଟନ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟି ପ୍ରାଥମିକ ସେବା ସମବାୟ ସମିତିଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭ ଉଦଘାଟନ ଓ ୨୦୨୫ ବର୍ଷର ଖରିଫ ଋତୁ ଧାନକ୍ରୟ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା | ଏହି ଧାନ ମଣ୍ଡି ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀମତୀ ଅଞ୍ଜଳିନା ପ୍ରଧାନ,ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ଶ୍ରୀ ନିରୋଦ କୁମାର ଦାସ, ସିଲାଟି ପ୍ରାଥମିକ ସେବା ସମିତିର ସଭାପତି, ଶ୍ରୀ ବାବଳୁ ବିଶି ଓ ସମ୍ପାଦକ, ଶ୍ରୀ ବଳରାମ ପଢନ, ଉପ ନିବନ୍ଧକ, ସୁବର୍ଣ୍ଣପୁର ସମବାୟ ସେବା ସମିତି, ସହକାରୀ ନିବନ୍ଧକ, ସେବା ସମବାୟ ସମିତି, ସୁବର୍ଣ୍ଣପୁର, ଉଭୟ ବେସାମାରିକ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସିଲାଟି ଗ୍ରାମପଞ୍ଚାୟତ ଓ ବିନିକା ପଞ୍ଚାୟତ ସମିତି ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ |

ପ୍ରଥମେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ୱାରା ମଣ୍ଡି ପ୍ରାଙ୍ଗଣରେ ପୂଜାର୍ଚ୍ଚନା ପରେ ଉଦଘାଟନ କରାଯାଇଥିଲା | ଏହି ଅବସରରେ ଜିଲ୍ଲାପାଳ, ଚାଷୀମାନଙ୍କୁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ସୁବିଧାରେ ଚାଷୀମାନଙ୍କ ଠାରୁ ଯେପରି ସହଜରେ ଓ ସୁବିଧାରେ ଧାନ ବିକ୍ରୟ କରାଯାଇପାରିବ ସେଥି ପାଇଁ ଉଭୟ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!