ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବାଧିକାର ଦିବସ ପାଳନ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବାଧିକାର ଦିବସ ବୁଗୁଡା କୋର୍ଟ ବାର ଏସୋସିଏସନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନବାଧିକାର ଦିବସ ଉପଲକ୍ଷେ ବିଚାରପତି ତଥା ବୁଗୁଡା ତାଲୁକା ଆଇନ ସେବା ପ୍ରାଧିକରଣ ଚେୟାରମ୍ୟାନ ସୁଧା ଶ୍ରୀ ସୁର୍ଝାଳିଆଙ୍କ ଅଧ୍ୟକ୍ଷତାରେ ବୁଗୁଡା ବାର ଏସୋସିଏସନ ସଦସ୍ୟ ଓ ସଦସ୍ୟା ବୃନ୍ଦଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବରୁ ତାଲୁକା ଆଇନ ସେବା ପ୍ରାଧିକରଣ ଓ ବାର ଏସୋସିଏସନ ପକ୍ଷରୁ ମିଳିତ ଭାବେ କୋର୍ଟ ପରିସରରେ ହୃଦଘାତ ଯୋଗୁଁ ମୃତ୍ୟୁ ବରଣ କରିଥିବା ଆଡଭୋକେଟ ପ୍ରକାଶ ଚନ୍ଦ୍ର ଭୂୟାଁଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ସହ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!