୨୬ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତ ଗିରଫ

ଅନୁଗୋଳ(ଅଜିତ କୁମାର ଭୋଇ): ସଦର ରେଞ୍ଜ ଅବକାରୀ ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୬ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ବେଆଇନ୍ ବ୍ରାଉନ ସୁଗାର କାରବାର ଅଭିଯୋଗରେ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଛି।ଗିରଫ ବ୍ୟକ୍ତିଙ୍କ ନାମ ପିଙ୍କୁ ବରାହ (୩୦) ହୋଇଥିବା ବେଳେ ଘର ଗୋତମରା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ମୋଟର ସାଇକେଲ ମଧ୍ଯ ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଷାଠିଏ ହଜାର। ଏହି ଚଢାଉ ବେଳେ ଅବକାରୀ ଇନ୍ସପେକ୍ଟର ରମ୍ଭା ବାଗ, ଓଆଇସି ଗାୟତ୍ରୀ ମାଝୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!