କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) :ଚମ୍ପୁଆ କୋର୍ଟ ପରିସରରେ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଣୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସବଜଜ୍ ଜିତେନ୍ଦ୍ର ଦାସ, ଏସ୍.ଡି.ଜେ.ଏମ୍ ଦୀପକ କୁମାର ସାଠୁଆ, ଜେ.ଏମ୍.ଏଫ୍. ସି ସୁସ୍ମିତା ମିଶ୍ର ଏବଂ କୋର୍ଟର କର୍ମଚାରୀମାନେ ଉପସ୍ଥିତ ଥିଲେ । କୋର୍ଟରେ ବିଚାରଧୀନ ଥିବା ୧ଗୋଟି ମୋଟର ଯାନ ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ କେସ୍ ବାବଦକୁ ୯ ଲକ୍ଷ ୫୦ ହଜାର ଟଙ୍କା ପକ୍ଷ ମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଗଲା, ୩ ଗୋଟି ଏନଆଇଏକ୍ଟ କେସରୁ ୧୩ ଲକ୍ଷ ୨୫ ହଜାର ଟଙ୍କା, ୪ ଗୋଟି ବ୍ୟାଙ୍କ୍ କେସରୁ ୭ ଲକ୍ଷ ୯୪ ହଜାର ୫ ଶହ ୬୯ ଟଙ୍କା ୫୯ ପଇସା, ୪ ଗୋଟି ସିଏମସି କେସ ରୁ ୧ ଲକ୍ଷ ୧ ହଜାର ୬ ସହ ଟଙ୍କା ଆଦାୟ କରାଯାଇଥିଲା। ସର୍ବମୋଟ ୧୦୯ ଗୋଟି ମାମଲାରୁ ୧୪ ଗୋଟି ମାମଲାର ଫଏସଲା କରାଯାଇ ୩୧ ଲକ୍ଷ ୭୧ ହଜାର ୧ ଶହ ୧୬ ଟଙ୍କା ୫୯ ପଇସା ଆଦାୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କମିଟିର ସହକାରୀ ଅବଦୁଲ ସୁରଜ୍ ଖାନ୍ ପରିଚାଳନା କରିଥିଲେ ।
