୧୭ ତମ ରାମଧୁନ କପ ସର୍ବଭାରତୀୟ ଫୁଟବଲ ଚମ୍ପିୟାନସିପ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ): ଚଳିତ ବର୍ଷ ହେବାକୁ ଥିବା ୧୭ତମ ରାମଧୁନ କପ ଫୁଟବଲ ଟୁର୍ନାମେଣ୍ଟ ପାଇଁ ରାମଧୁନ କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପିୟୁଷ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ରାମଧୁନ କ୍ଲବ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଗତ ବର୍ଷ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟ ର ଆୟ ଓ ବ୍ୟୟ ଉପରେ ଆଲୋଚନା କରାଯିବା ସହିତ ଚଳିତ ବର୍ଷ ହେବାକୁଥିବା ଟୁର୍ନାମେଣ୍ଟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା l ୧୬ – ଫେବୃଆରୀ- ୨୦୨୬ ରୁ ୨୨ -ଫେବୃଆରୀ-୨୦୨୬ ପର୍ଯ୍ୟନ୍ତ ଗାନ୍ଧୀ ଷ୍ଟାଡିୟମ ସୋନପୁର ଠାରେ ଟୁର୍ନାମେଣ୍ଟ ଆୟୋଜନ ହେବ ବୋଲି ନିଷ୍ପତି ନିଆଯାଇଛି l

ସର୍ବମୋଟ ୮ ଟି ଖ୍ୟାତିସମ୍ପନ୍ନ ଫୁଟବଲ ଦଳ କୁ ନେଇ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯିବ ଏବଂ ଏହି ୮ଟି ଦଳରୁ ୪ ଟି ଫୁଟବଲ ଦଳ ଖେଳାଳୀ ରାଜ୍ୟ ବାହାରୁ ଆସିବେ ବୋଲି ପ୍ରସ୍ତାବ ଆଗତ ହୋଇଥିଲା l ଏହା ସହିତ ପ୍ରତ୍ୟକ ଦିନ ଗୋଟିଏ ମ୍ୟାଚ ଖେଳାଯିବ ବୋଲି ସଦସ୍ୟ ମାନେ ନିଜ ନିଜ ର ମତାମତ ରଖିଥିଲେ l ପ୍ରତ୍ୟକଦିନ ସୁବର୍ଣ୍ଣପୁର ଜ଼ିଲ୍ଲା ତଥା ରାଜ୍ୟ ସ୍ତରରେ କ୍ରୀଡା, ଶିକ୍ଷା, କଳା ଓ ସଂଗୀତ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯିବ ବୋଲି ନିଷ୍ପତ୍ତି ନିଆଗଲା l ଚଳିତ ବର୍ଷ ଟୁର୍ନାମେଣ୍ଟ ର ବଜେଟ ଆନୁମାନିକ ଭାବରେ ୧୩ ଲକ୍ଷ ଟଙ୍କା ରଖାଯାଇଛି l ଶେଷରେ ସମସ୍ତେ ଏହି ଫୁଟବଲ ଚମ୍ପିୟାନସିପ କୁ ସୁନ୍ଦର ଓ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ନିଜ ନିଜ ର ମତ ପ୍ରକାଶ କରିଥିଲେ l

ଆଜିର ଏହି ପ୍ରସ୍ତୁତି ବୈଠକକୁ ବିକାଶ ପଣ୍ଡା ପରିଚାଳନା କରିଥିବାବେଳେ ରାମଧୁନ କ୍ଲବ ଉପଦେଷ୍ଟା ସୁବାସ ବିଶ୍ୱାଳ, ଭୁକଲୁ ବକ୍ସି,ତ୍ରିଲୋଚନ ଷାଣ୍ଡ,ରାଜେଶ ଥାନାପତି,ସଭାପତି ରାଜୀବ ସାହୁ, ଉପ ସଭାପତି କମଳାକାନ୍ତ ସାହୁ,ହୃଷିକେଶ ପଣ୍ଡା,ଜୟ ନାରାୟଣ ପାଢ଼ୀ, ରାଜ କୁମାର ନାଏକ, ସହ ସମ୍ପାଦକ ତ୍ରିନାଥ ନାଏକ,କାଶୀନାଥ ମିଶ୍ର,ରାଜ କୁମାର ସିଂ, ବିକାଶ ପାଢ଼ୀ, ରବି ନାରାୟଣ ଦେହୁରୀ, ଗୁରୁ ଦଳେଇ, କୋଷାଧକ୍ଷ ସୁମନ ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଅନିଲ ସାହୁ, ରେହେମଦ ମହମ୍ମଦ, ଚନ୍ଦନ ବେହେରା, ରିପୁନ ନାଏକ,ସଦା ସାହୁ, ରବି ଗୁରୁ,ରଞ୍ଜିତ ସାହୁ, ଅଶିକ ମହମ୍ମଦ, ଚାହାତ ମଜାଲଦାର, ରାଜୀବ ପଟ୍ଟନାୟକ, ଅନିଲ ମହାରଣା,ମହେନ୍ଦ୍ର ଘଣ୍ଟୁୱାଲ, ଶିଶିର ମହାନ୍ତି, ଉତ୍ତମ ନାଏକ, ବାସୁ ଥପା, ଦେବ ନାଏକ, ଅଂଶୁମାନ ପଣ୍ଡା, ଆୟୁଷମାନ ପଣ୍ଡା, ପାରଷ ମହାନନ୍ଦ, ରନୋକ ନାଗ, ପ୍ରେମ ନାଏକ ସମେତ ରାମଧୁନ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!