ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ୪୭ ତମ ରାଜ୍ୟସ୍ତରୀୟ ଅଧିବେଶନ

କଟକ(ଆକାଶ କୁମାର ସ୍ୱାଇଁ): ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ୪୭ ତମ ରାଜ୍ୟସ୍ତରୀୟ ଅଧିବେଶନ କଟକ ବାଦାମବାଡ଼ି ମୂଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ଉପସ୍ଥିତିରେ ନୂତନ ବର୍ଷର ୨୦୨୬ କ୍ୟାଲେଣ୍ଡର ଓ ଡାଇରୀ ଉନ୍ମୋଚନ ସହିତ ସଂଘର ଆଗାମୀ ଦିନରେ ଶକ୍ତିଶାଳୀ କରି ଆଗାମୀ ଦିନରେ ସମସ୍ୟା ସମାଧାନ ପାଇଁ ନିଷ୍ପତ୍ତି ନିଆଯାଉଛି।ଡ଼ଃ ମନୋଜ କୁମାର ମହାନ୍ତି ସଂଘର ଉପଦଖ୍ଯକ ପଦବୀରେ ରଖାଯାଇ ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ ନିଷ୍ପତ୍ତି ନିଆଗଲା।

ସଂଘକୁ ସୁଦୃଢ କରିବା ପାଇଁ ସମ୍ମାନୀୟ ସଭାପତି ପଦବିରେ ରବି କୁମାର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଗଲା। ଅସ୍ଥାୟୀ କର୍ମଚାରୀ ମାନଙ୍କ ସ୍ଥାୟୀ ନିଯୁକ୍ତି ଓ ପୁରୁଣା ପେନସନ ପ୍ରଦାନ ପାଇଁ ସଂକଳ୍ପ ନିଆଯାଇଥିଲା। ଏହି ବୈଠକରେ କଟକ ଖଣ୍ଡର ସରତ ଚନ୍ଦ୍ର ରାଉତରାୟଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ମନୋଜ କୁମାର ମହାନ୍ତି ମଞ୍ଚକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!