ଲୋକଙ୍କୁ ତିନି ଘଣ୍ଟା ମାଗଣା କଫି ବାଣ୍ଟିଲେ ବିଡିଓ ଚା ଦୋକାନୀ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ବସଷ୍ଟାଣ୍ଡଠାରେ ଥିବା ବିଡିଓ ଚା ଦୋକାନୀ ବିଜୟ କୁମାର ନାଏକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକମାନଙ୍କୁ (ସର୍ବସାଧାରଣଙ୍କୁ) ମାଗଣା ତିନି ଘଣ୍ଟା ୮ ଘଟିକା ଠାରୁ ୧୧ଘଟିକା ଯାଏଁ କଫି ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖ କରାଯାଇ ପାରେକି ପ୍ରତ୍ୟେକ ଦିନ ତାଙ୍କର ପ୍ରଥମ ହାଣ୍ଡି କଫି ହାଣ୍ଡି ହୋଇଥାଏ । ଲୋକଙ୍କୁ ସେ ପ୍ରଥମେ କଫି ପ୍ରଦାନ କରନ୍ତି ଓ ପରେ ଦିନ ସାରା ଚା ତିଆରି କରି ବିକ୍ରି କରିଥାନ୍ତି । ତାଙ୍କର ଏହି ପଦକ୍ଷେପ ବା ପ୍ରୟାସ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବେ ଏକ ଭଲ ଉଦାହରଣ ।

ପୂର୍ବବର୍ଷମାନଙ୍କରେ ଗୋଟିଏ ଘଣ୍ଟା ଲୋକମାନଙ୍କୁ ମାଗଣାରେ କଫି ପ୍ରଦାନ କରୁଥିଲାବେଳେ ଏ ବର୍ଷ ୩ ଘଣ୍ଟା ଯାଏଁ କଫି ପ୍ରଦାନ କରିଥିଲେ । ଚମ୍ପୁଆର ଗାନ୍ଧି ଛକ, କଚେରୀ ଛକ, ମହାବୀର ଛକ, ଜେଲ ଛକ, ମୌଲାନାଗୋଡା ଛକ, ଏନଏସି ଛକ, ବସଷ୍ଟାଣ୍ଡ, ବ୍ଲକ ଛକ, ପାଞ୍ଚପୋଖରୀଆ ଛକ, ରାମଲା ଛକ ଆଦି ବିଭିନ୍ନ ସ୍ଥାନରେ ବହୁ ଚା ଦୋକାନ ଆଦି ରହିଛି । ସମସ୍ତେ ପ୍ରାୟ ପ୍ରତ୍ୟେକ ଦିନ ଚା, ବିସ୍କୁଟ ଆଦି ବ୍ୟବସାୟ କରୁଛନ୍ତି । ମାତ୍ର ବିଜୟ କୁମାର ନାଏକ(ବିଡିଓ)ଙ୍କ ମତରେ ମୁଁ ଲୋକଙ୍କଠାରୁ ବହୁତ ସାହାଯ୍ୟ ସହଯୋଗ ପାଉଛି । ମୁଁ ସେମାନଙ୍କ ଠାରୁ ଯେଉଁ ପଇସା ପତ୍ର ପାଉଛି ସେଥିରେ ମୋର ଦୈନନ୍ଦିନ ଗୁଜୁରାଣ ମେଣ୍ଟୁଛି ।

ଏଣୁ ମୋର ଗ୍ରାହକମାନଙ୍କୁ ମୁଁ ଭାବେ ସେମାନେ ମୋ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ ନୁହଁନ୍ତି । ସାକ୍ଷାତ ଭଗବାନ ଅଟନ୍ତି । ଏଣୁ ତାଙ୍କ ଯୋଗୁଁ ଆମର ଏହି ବ୍ୟବସାୟ ଚାଲିଛି । ମୁଁ ତାଙ୍କୁ ପାଇଁ ଗୋଟିଏ ଦିନ ଓ ଗୋଟିଏ ଓଳି ଯଦି ମାଗଣାରେ କଫି ପ୍ରଦାନ କଲି ତେବେ ନିଶ୍ଚିତ ଭାବେ ଭଗବାନ ମୋର ଭଲ କରିବେ । ମୁଁ ସେହି ଆଶା, ଭରଷା କରି ପ୍ରତ୍ୟେକ ବର୍ଷ ଏହି ଛୋଟିଆ ପ୍ରୟାସ କରୁଛି ।

Leave a Reply

Your email address will not be published. Required fields are marked *

error: Content is protected !!