ରାଧାମାଧବଙ୍କୁ ବିଜେପିର ଗୁରୁଦାୟିତ୍ଵ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବିଜେପିର ଘୁମୁସର- ଭଞ୍ଜନଗର ଜିଲ୍ଲା ସମ୍ପାଦକ ହେଲେ ବୁଗୁଡ଼ାର ରାଧାମଧବ ପରିଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି । ଏହା ଘୋଷଣା ପରେ ଜିଲ୍ଲା ବିଜେପି ନେତା ଏବଂ କର୍ମୀଙ୍କ ଭିତରେ ଉତ୍ସାହର ମହୋଲ୍ ଦେଖା ଦେଇଛି।ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜିଲ୍ଲା ସଭାପତି ଶ୍ରୀ ନୀଳମାଧଵ ପାତ୍ର, ଜିଲ୍ଲା ପ୍ରଭାରୀ ଶ୍ରୀ ଭଗବାନ ମହାନ୍ତି, ଆସିକା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ , ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଶୋଇ, ଭଞ୍ଜନଗର ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ରାଧାମାଧବ ଦୀର୍ଘଦିନ ଧରି ବିଜେପି ସଂଗଠନ ସହିତ ନିଷ୍ଠାପୂର୍ଣ୍ଣ ଭାବେ କାର୍ଯ୍ୟ କରିଆସୁଛନ୍ତି । ଦଳର ମୂଳ ଆଦର୍ଶ, ଦେଶସେବା ଓ ଜନସେବାର ଭାବନାକୁ ନେଇ ବିଭିନ୍ନ ସଂଗଠନାତ୍ମକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିଆସିଛନ୍ତି ରାଧାମାଧବ । ବିଶେଷକରି ଯୁବ କାର୍ଯ୍ୟକର୍ତ୍ତାମାନଙ୍କୁ ସଂଗଠିତ କରିବା, ଦଳୀୟ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ଓ ସାଧାରଣ ଲୋକଙ୍କ ସହିତ ଦଳର ସମ୍ପର୍କକୁ ଆହୁରି ମଜବୁତ କରିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ । ଏହି ଅବସରରେ ଜିଲ୍ଲାର ସମସ୍ତ ମଣ୍ଡଳ ଓ ବୁଥ୍ ସ୍ତରରେ ସଂଗଠନକୁ ଆହୁରି ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାମାନଙ୍କ ସହ ସମନ୍ୱୟ ବଢ଼ାଇବା ଏବଂ ଦଳର ନୀତି-ଆଦର୍ଶକୁ ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେହିପରି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାଗୁଡ଼ିକୁ ଘୁମୁସର ଭଞ୍ଜନଗର ଜିଲ୍ଲାର ଶେଷ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସଚେତନତା ସୃଷ୍ଟି କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ନୂତନ ଭାବେ ଦାୟିତ୍ବ ପାଇଥିବା ବିଜେପିର ଘୁମୁସର- ଭାଞ୍ଜନଗର ଜିଲ୍ଲା ସମ୍ପାଦକ ରାଧାମାଧବ ପରିଡ଼ା ।

Leave a Reply

Your email address will not be published. Required fields are marked *

error: Content is protected !!