ପଏଁରୀ ତିହାର ୨୦୨୬ ଉଦ୍ଘାଟିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ପଏଁରି ତିହାର – ୨୦୨୬ ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ ମହାସମାରୋହରେ ମା ସୁରେଶ୍ଵରୀ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବ ତିନି ଦିନ ଧରି ହେବାକୁ ଥିବାବେଳେ ସୋନପୁରର ପଏଁରୀ ଅନୁଷ୍ଠାନ, କେନ୍ଦ୍ର ସଂସ୍କୃତି ବିଭାଗ, ନୂଆଁଦିଲ୍ଲୀ ସଂଗୀତ ନାଟକ ଏକାଡେମୀର ମିଳିତ ଅନୁକୂଲ୍ୟରେ ଅନୁଷ୍ଠିତ ହେଉଛି l ଅନୁଷ୍ଠାନର ସଭାପତି ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗ ଦେଇ ଅସଲ ଜୀବନ ଟା ପୁରାତନ ସଂସ୍କୃତି ରେ ଅଛି, ଜୀବନ ବର୍ତ୍ତମାନ ସହ ପରମ୍ପରା ସଂସ୍କୃତି କୁ ଯୋଡ଼ିବାକୁ ପଡ଼ିବ ବୋଲି କହିଥିଲେ l

ସୁବର୍ଣ୍ଣପୁର ଏ କଳା ସଂସ୍କୃତି ମାଟି ରେ ସଦ ଭାବ ମାନବିକ ଧର୍ମ ଓ ଆବେଗ ଅଛି ବୋଲି କହି ଦୀର୍ଘ ୪୨ ବର୍ଷ ପରେ ଶ୍ରୀ ଗୋପାଳ ଜୀ ମହାପ୍ରଭୁ ଫେରିବା ର ଚମତ୍କାର ଅନୁଭୁତି କହି ଏହା ହିଁ ଏ ମାଟିର ମହକ ଏ ମାଟି ର ଶକ୍ତି ବୋଲି ଜିଲ୍ଲାପାଳ ଡ଼ ସାହୁ ମତ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଅରାକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗ ଦେଇ ଏ କାର୍ଯ୍ଯକ୍ରମ ଅୟୋଜନ ଓ ଉଚ୍ଚ କୋଟୀର ଗୀତ ନାଚ କୁ ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟ ତମ ଅତିଥି ଭାବରେ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ନାଟ୍ୟ ଶ୍ରୀ ଗଦାଧର ବାରିକ, ମମତା ଡୋରି ର ପ୍ରତିଷ୍ଠାତା ମମତା ଦାସ, ବିଗୁଲ ଟିଭି ର ଅଧ୍ୟକ୍ଷ ସନ୍ତୋଷ ମିଶ୍ର ଯୋଗ ଦେଈ ସୁବର୍ଣପୁରର କଳା ସଂସ୍କୃତି ପାଇଁ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ବୋଲି କହିଥିଲେ।

ଅନୁଷ୍ଠାନର ସମ୍ପାଦକ ଚୌଧୁରୀ ବିଭାର ଅତିଥି ପରିଚୟ ପ୍ରଦାନ ଏବଂ ଉତ୍ସବ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭ୍ୟ ସୁଶାନ୍ତ ସାହୁ ସଭା ସଂଯୋଜନା କରିଥିବାବେଳେ ଅନୁଷ୍ଠାନ ର ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କଳାକାର ସଦାନନ୍ଦ ମାଝୀ, ମହାଦେବ ବେହେରା ଙ୍କୁ ପଏଁରୀ ସମ୍ମାନ ଓ ବାନ୍ଧ ଶିଳ୍ପୀ ଶ୍ୟାମସୁନ୍ଦର ମେହେର ଙ୍କ ସହିତ ବିଶିଷ୍ଟ ବ୍ୟକ୍ତିବିଶେଷ, ସମ୍ବାଦିକଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଧିତ କରାଯାଇଥିଲା। ଏହାପରେ ସ୍ଥାନୀୟ ଓ ବିଭିନ୍ନ ରାଜ୍ୟ ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲ। ସଭା ପୂର୍ବରୁ ଦିଶିଷ୍ଟ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ସୁଜାତା ଗିରି, ନବୀନ କୁହଁର, ନରାୟଣ ଲୁହା ପ୍ରମୁଖଙ୍କ ଦ୍ବାରା ପାରମ୍ପାରିକ ଲୋକଗୀତ ପରିବେଷଣ କରିଥିଲେ lଏହି କାର୍ଯ୍ୟକ୍ରମରେ ପଏଁରୀ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ lରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat