ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମରେ ପୌଷ ପୂର୍ଣ୍ଣିମା ତଥା ମା’ ବାଉତି ବାର୍ଷିକ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଜା ବାଣ ରୋଷଣୀ ପ୍ରଭୃତି ସହିତ ମା ବାଉତୀ ପଟୁଆର ସହିତ ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ଗ୍ରାମ ବାହାରେ ଥିବା ମା’ଙ୍କର ପିଢ଼କୁ ଯାଇଥିଲେ। ଆଜି ସକାଳ ସମୟରେ ବୁଢ଼ାପଙ୍କ ଗଡସାହି ଠାରେ ଅବସ୍ଥିତ ମା ବାଉତୀଙ୍କର ପୂଜା ଖଣ୍ଡୁଆଳ ତଥା ପୂଜକ ପୂଜା କରିଥିଲେ। ମା’ଙ୍କ ଆଜ୍ଞା ପାଇ ପୂଜକ ଏହି ଯାତ୍ରା ଆରମ୍ଭର ସଙ୍କେତ ଦେଇଥିଲେ। ଯାତ୍ରାରେ ଦୋଳି, ମନୋହରୀ, ଚାର୍ଟ, ଗୁପଚୁପ୍, ଲଙ୍କା ଚପ, ମଞ୍ଚୁରିଅନ୍, ଭୋଗ ଦୋକାନ ଓ ବିଭିନ୍ନ ପ୍ରକାର ଦୋକାନ ବଜାର ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରାୟ ଶାନ୍ତି ଶୃଙ୍ଖଳା ସହ ବାର୍ଷିକ ଯାତ୍ରା ଉତ୍ସବ ପାଳନ କରାଯାଉଛି।
