କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ–୫୨୦ରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କଳାପାହାଡ଼ ନିକଟରେ ଚଳନ୍ତାବସ୍ଥାରେ ଥିବା ଏକ ‘ହାଇୱା ବଡ଼ ଗାଡି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ରାଜପଥରେ କିଛି ସମୟ ପର୍ଯ୍ୟନ୍ତ ଯାନଚଳାଚଳ ବାଧାପ୍ରାପ୍ତ ହୋଇଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ, ଗାଡି ଟି ତୀବ୍ର ଗତିରେ ଯାଉଥିବା ସମୟରେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ। ରାସ୍ତାର ମୋଡ଼ ଏବଂ ସମ୍ଭାବ୍ୟ ଅସମତଳତା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଗାଡି ଟି ଓଲଟି ପଡ଼ିବା ପରେ ତାହାର କିଛି ଅଂଶ ରାସ୍ତା ଉପରେ ପଡ଼ି ରହିଥିଲା, ଯାହା ଫଳରେ ଯାନଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲେ। କ୍ରେନ୍ ସାହାଯ୍ୟରେ ଓଲଟିଥିବା ଗାଡି ଟିକୁ ନିୟନ୍ତ୍ରଣ ରଖିବା ପରେ ଧୀରେଧୀରେ ଯାନଚଳାଚଳ ସାଧାରଣ ହୋଇଥିଲା।ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥ–୫୨୦ ରେ ତୀବ୍ର ଗତି ଓ ଅସାବଧାନ ଚାଳନାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ପ୍ରଶାସନ ପକ୍ଷରୁ ଚାଳକମାନଙ୍କୁ ସାବଧାନତାର ସହିତ ଗାଡ଼ି ଚଲାଇବା ଏବଂ ଗତି ନିୟନ୍ତ୍ରଣରେ ରଖିବା ପାଇଁ ଅନୁରୋଧ କରାଯାଇଛି।
