ବୁଗୁଡାରେ ଆଇସିଡିଏସ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଆଇସିଡିଏସ ପକ୍ଷରୁ ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ବିଭାଗର କାର୍ଯ୍ୟାଳୟ ପରିସରରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ର, ଏବିଡିଓ ଧର୍ମରାଜ ପରିଡା ଯୋଗଦେଇ ଝିଅମାନଙ୍କ ବିଭିନ୍ନ ଅଧିକାର ବିଷୟରେ ଓ ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବାଳିକା ଛାତ୍ରୀ ବୃନ୍ଦ, ସୁପ୍ରଭାଇଜର ବୃନ୍ଦ ଓ ଅଙ୍ଗନୱାଡି କର୍ମୀ ବୃନ୍ଦ ଯୋଗଦେଇଥିଲେ। ଉତ୍ତମ ତିନିଜଣ ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Powered by Joinchat