ଅନୁଗୋଳ/କଣିହାଁ (ଅଜିତ କୁମାର ଭୋଇ): ୧୭ ଜାନୁଆରୀ ୨୦୨୬ ଦିନ ପ୍ରାୟ ୧୧.୪୫ ସମୟରେ, ବିଶ୍ୱସ୍ତ ସୂଚନା ଆଧାରରେ କଣିହା ରେଞ୍ଜରେ ଏକ ଚଢାଉ କରାଯାଇଥିଲା। କଣିହା ରେଞ୍ଜର କଣିହା-୨ ସେକ୍ସନର ଲୋଧାଝରୀ ବିଟ୍ ଅଞ୍ଚଳ ଅନ୍ତର୍ଗତ ବଳରାମପୁର ଗ୍ରାମର ଖେଳ ପଡ଼ିଆ ନିକଟରେ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଥିଲା।ରେଞ୍ଜ ଅଧିକାରୀଙ୍କ ଉପସ୍ଥିତିରେ କଣିହା-୧ ସେକ୍ସନ କର୍ମଚାରୀ ଏବଂ କଣିହା-୨ ସେକ୍ସନ କର୍ମଚାରୀ ମିଳିତ ଭାବରେ ଏହି ଜବତ କରିଥିଲେ। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି।
ଶ୍ରୀ ନୀଳାଦ୍ରିନାଥ ସାହୁ ରେଞ୍ଜ ଅଧିକାରୀ; ଶ୍ରୀ ଦିପକ ସେଠୀ ଫରେଷ୍ଟର କଣିହା Iସେକ୍ସନ; ଶ୍ରୀ ପଙ୍କଜ କୁମାର ବେହେରା ଫରେଷ୍ଟର କଣିହା II oସେକ୍ସନ; ଶ୍ରୀ ଦୀପକ କୁମାର ସାହୁ (ଫରେଷ୍ଟର ଗାର୍ଡ); ଶ୍ରୀମତୀ କବିତା ପ୍ରଧାନ (ଫରେଷ୍ଟରଗାର୍ଡ); ଶ୍ରୀମତୀ ଉର୍ମିଳା କିଶାନ (ଫରେଷ୍ଟରଗାର୍ଡ); ଶ୍ରୀ ନରୋତ୍ତମ ଦେହୁରୀ (ଫରେଷ୍ଟରଗାର୍ଡ); ଶ୍ରୀ ମନୋଜ ନାୟକ (ଫରେଷ୍ଟରଗାର୍ଡ) ଏବଂ ହାତୀ ସ୍କ୍ୱାଡ୍ର ଅନ୍ୟ ସଦସ୍ୟଙ୍କୁ ନେଇ ଏକ ବନ କର୍ମଚାରୀ ଦଳ ଦ୍ୱାରା ଚଢାଉ କରାଯାଇଥିଲା।
