ରାୟଗଡ଼ା/କାଶୀପୁର (ଗୋପୀନାଥ ଗୌଡ଼): ଜଣେ ପୋଲିସ ଅଧିକାରୀ କେବଳ ଆଇନର ରକ୍ଷକ ନୁହଁନ୍ତି, ବରଂ ଜଣେ ଭଲ ମଣିଷ ଭାବେ କିଭଳି ଜନସାଧାରଣଙ୍କ ହୃଦୟ ଜିତିପାରନ୍ତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଟିକିରି ଥାନା IIC ବିଶ୍ଵବନ୍ଦିନୀ ବାଘ। ତାଙ୍କର ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନାକୁ ବଦଳି ହେବା ପରେ ଆଜି ଟିକିରିଠାରେ ଏକ ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ହୃଦୟସ୍ପର୍ଶୀ ମୁହୂର୍ତ୍ତରେ ସମସ୍ତଙ୍କ ଆଖିରେ ଲୁହ ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଆୟୋଜିତ ବିଦାୟ ଉତ୍ସବରେ ନିଜ ଭାବନାକୁ ସମ୍ଭାଳି ପାରିନଥିଲେ ମାଡାମ୍ IIC।

ତାଙ୍କ ଆଖିର ଲୁହ ପ୍ରମାଣ କରୁଥିଲା ଟିକିରି ଅଞ୍ଚଳ ଓ ସେଠାକାର ଲୋକଙ୍କ ପ୍ରତି ତାଙ୍କର କେତେ ଶ୍ରଦ୍ଧା ଥିଲା।ଜନପ୍ରିୟତାରେ କେବଳ ଜଣେ କଠୋର ଅଧିକାରୀ ନୁହେଁ, ବରଂ ଜଣେ ସମ୍ବେଦନଶୀଳ ଓ ଆପଣାର ମଣିଷ ଭାବେ ସେ ଟିକିରି ଅଞ୍ଚଳରେ ନ୍ୟାୟ ଓ ମାନବିକତାର ଏକ ନୂତନ ପରିଚୟ ସୃଷ୍ଟି କରିଥିଲେ।ଶ୍ରୀମତୀ ବାଗ ଙ୍କ ବିଦାୟ ଖବର ଶୁଣି ଥାନା ପରିସରରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଥାନା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭାବବିହ୍ୱଳ ହୋଇ।ପଡ଼ିଥିଲେ।
ଟିକିରି ବାସୀଙ୍କ କହିବା କଥା, ବିଶ୍ଵବନ୍ଦିନୀ ବାଗ୍ ଙ୍କ ଭଳି। ଥାନା ଅଧିକାରୀ ମିଳିବା ଅତ୍ୟନ୍ତ କଷ୍ଟକର। ତାଙ୍କର ଏହି ବିଦାୟ ଟିକିରି ପୋଲିସ ପ୍ରଶାସନ ପାଇଁ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି।ତାଙ୍କର ଆଗାମୀ କର୍ମମୟ ଜୀବନ ଓ ନୂତନ ଦାୟିତ୍ୱ ପାଇଁ ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା।
