ବୀରମହାରାଜପୁର ଲୋକ ମହୋତ୍ସବ ମାଲେଶ୍ରୀ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ଠାରେ ବୀରମହାରାଜପୁର ଲୋକ ମହୋତ୍ସବ “ମାଲେଶ୍ରୀ” ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନ ୩-୦୦ଘଣ୍ଟା ସମୟରେ ଅନୁଷ୍ଠିତ ହୋଇ ଯାଇଛି। ମହୋତ୍ସବର ସଭାପତି ସ୍ଥାନୀୟ ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା,ସାମ୍ବାଦିକ ସଂଘର ସଭାପତି ସ୍ବୟମ୍ଭୂନାଥ ଖଣ୍ଡଗିରି,ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା,ଭୂଷଣ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

କାର୍ଯ୍ୟକ୍ରମ ଆରମ୍ଭ ରେ ଶ୍ରୀ ଖଣ୍ଡଗିରି ଅତିଥି ସ୍ବାଗତ ସହିଟ ଉଦ୍ୟେଶ୍ୟ ଜ୍ଞାପନ କରିଥିଲେ ।ସଭାରେ ବିଭିନ୍ନ ପ୍ରକାର ୧୬ଟି କମିଟି ପାଇଁ ସଦସ୍ୟ ଚୟନ କରା ଯାଇଥିଲା। ଯୁଗଳ କିଶୋର ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଦ୍ବିତୀକୃଷ୍ଣ ପଣ୍ଡା ସଭା ବିବରଣୀ ଲିପିବଦ୍ଧ କରିଥିଲେ ଓ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସଭାରେ ଉପଖଣ୍ଡର ୧୦୦ରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!