ରାୟଗଡା/ମୁନିଗୁଡା (ଅଜିତ ଗୈଡ): କିଛି ଦିନର ନୀରବତା ପରେ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଜିଲ୍ଳାର ମୁନିଗୁଡା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛି I ଏହି ବ୍ୟାନର ତେଲେଙ୍ଗାପଦର ଠାରୁ ଚନ୍ଦ୍ରପୁର ରାସ୍ତାରେ ଲାଗିଛି I ମୁନିଗୁଡା ଥାନା ଅଞ୍ଚଳରେ ଏହି ବ୍ୟାନର ଲାଗିଥିବା ବେଳେ ପୁଲିସ କୌଣସି ସୂଚନା ଦେଉନାହିଁ I ବ୍ୟାନରରେ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି I ରାୟଗଡା ଅଞ୍ଚଳ ବଂଶଧାରା ଘୁମୁସର ନIଗIବଳୀ (ବା ଘୁ ନା ) ଅଧୀନରେ ଆସୁଥିବା ବେଳେ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟି ଉଲ୍ଲେଖ ଥିବାରୁ ବ୍ୟାନରକୁ ନେଇ ପୁଲିସ ଚିନ୍ତାରେ ପଡିଛି I
ରାୟଗଡାରେ ନକ୍ସଲ ଗତିବିଧି ପ୍ରାୟତଃ ନାହିଁ ବୋଲି ପୁଲିସ କହୁଥିବା ବେଳେ ବ୍ୟାନର ଲାଗିବା ପରେ ପୁଲିସ ତନାଘନା ଆରମ୍ଭ କରିଛି I ମୁନିଗୁଡା ପୁଲିସ ବ୍ୟାନର କୁ ଜବତ କରିଥିବା ଜଣାପଡିଛି I ଏଠାରେ ସୂଚନାଯୋଗ୍ୟଯେ ରାୟଗଡା ଜିଲ୍ଲା ସୀମାନ୍ତ ଫୁଲବାଣୀ ଜିଲ୍ଲାରେ ଏବେ ମାଓ ଦମନ କରିବାରେ ଉଲ୍ଲେଖନୀୟ ସଫଳତା ପାଇଥିବା ବେଳେ କିଛି ମାଓବାଦୀ ରାୟଗଡା ଜିଲ୍ଳାର ଚନ୍ଦ୍ରପୁର, ମୁନିଗୁଡା ଅଞ୍ଚଳରେ ନିଜର ସୁରକ୍ଷା ପାଇଁ ଘୁରି ବୁଲୁଥିବା ଜଣାପଡିଛି I ଏହି ବ୍ୟାନରରେ ଖଣି ଖାଦାନକୁ ବିରୋଧ କରି ଲେଖା ଯାଇଥିବା ସୂଚନାରୁ ଜଣାପଡିଛି I ମୁନିଗୁଡା ପୁଲିସ ଏ ନେଇ କୌଣସି ସୂଚନା ଦେଇ ନଥିବା ବେଳେ ମାଓ ସମର୍ଥକ ଏହି ବ୍ୟାନର ଲଗାଇଥିବା ପୁଲିସ ଅନୁମାନ କରୁଛି I ମୁନିଗୁଡା ପୁଲିସ ଘଟଣାରେ ତଦନ୍ତ କରୁଛି I
