ବେଠିଆବରୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବେଠିଆବୋରଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟକ୍ଷ ଡ଼ଃ ପୁରୁଷୋତ୍ତମ ମିଶ୍ର, ମୁଖ୍ୟବକ୍ତା ଭାବେ ଗୌରୀ ଶଙ୍କର ମିଶ୍ର,ସ୍କୁଲ ପରିଚାଳନା କମିଟି ସଭାପତି ସୁଲୋଚନା ସ୍ବାଇଁ, ସମ୍ମାନିତ ଅତିଥି ଭାବେ କମରାଜୂ ସାହାଣୀ, ଏ ବି ଇ ଓ କୃଷ୍ଣ ଚନ୍ଦ୍ର ବେହେର,ଅଧ୍ୟାପକ ଅକ୍ଷୟ କୁମାର ସାହୁ,ରବୀନ୍ଦ୍ରବେହେରା , ମାନସ ରଞ୍ଜନ ସେଠି, ରଘୁନାଥ ସେଠି, ସିନୁ ପାତ୍ର,ସତ୍ୟ ସେଠି, ସତ୍ୟ ନାରାୟଣ ରାଓ, ପ୍ରଶାନ୍ତ କୁମାର ରଥ, ,ନିରଞ୍ଜନ ଗୌଡ଼, ସନ୍ତୋଷ ସ୍ୱାଇଁ ଆଦି ବିଭିନ୍ନ ସ୍କୁଲର ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଭଲ ଭାବେ ଅଧ୍ୟୟନ କରିବାକୁ ମାର୍ଗ ଦର୍ଶନ କରିଥିଲେ।

ଏ ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସେମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସ୍କୁଲର ସହକାରୀ ଶିକ୍ଷକ ସୀତାରାମ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଅନ୍ୟ ତମ ସହକାରୀ ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!