ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପବିତ୍ର ମାଘ ଶୁକ୍ଳ ପଞ୍ଚମୀ ତିଥିରେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ସାଇ ସରସ୍ବତୀ ଶିଶୁ ମନ୍ଦିର , ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲ, ଶୋଭନୀୟ ପବ୍ଲିକ୍ ସ୍କୁଲ୍, ପିପୁଲ୍ସ ହାଇସ୍କୁଲ, ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ବୁଦ୍ଧଗିରି ବିଦ୍ୟାପୀଠ, ପିପୁଲ୍ସ କଲେଜ, ଶ୍ରୀ ବଳଦେବଜୀୟୁ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ବାଲିପଦର କଲେଜ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା ସରସ୍ବତୀଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି ।ଏହା ସହ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଡ଼ିପଲ୍ଲୀ ଗ୍ରାମରେ ମଧ୍ୟ ମା ସରସ୍ବତୀଙ୍କ ପୂଜାରେ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏ ଅବସରରେ କେତେକ ବିଦ୍ୟାଳୟରେ ନୂତନ ଶିଶୁଙ୍କ ବିଦ୍ୟାରମ୍ଭ ହୋଇଥିଲା ।
