କୋରାପୁଟ ଜିଲ୍ଲାପାଳଙ୍କର ବଦଳିଲା ନିଷ୍ପତ୍ତି, ଆଜି ସ୍ବାଭାବିକ ରହିବ ଆମିଷ ବିକ୍ରି

କୋରାପୁଟ (ମଣ୍ଡଳ ମିଣିଆକା): କୋରାପୁଟ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସରେ ଆମିଷ ବ୍ୟାନ ନିଷ୍ପତ୍ତି ବଦଳାଇଲେ ଜିଲ୍ଲାପାଳ l ଆସନ୍ତା କାଲି କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ସ୍ବାଭାବିକ ରହିବ। ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ କୋରାପୁଟ ଜିଲ୍ଲାରେ ଆମିଷ ଖାଦ୍ୟ ବିକ୍ରି ଉପରେ ଯେଉଁ ନିଷେଧାଦେଶ ଜାରି କରାଯାଇଥିଲା, ତାହାକୁ ଜିଲ୍ଲାପାଳ ପ୍ରତ୍ୟାହାର କରିଛନ୍ତି। ସମସ୍ତ ପରିସ୍ଥିତିକୁ ସୁଚିନ୍ତିତ ଭାବେ ବିଚାର କରି କଟକଣା ହଟାଇଲେ ଜିଲ୍ଲାପାଳ।

କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । କାରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ । ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ମାଧ୍ୟ୍ୟମରେ ଲେଖି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏବେ ଆସନ୍ତାକାଲି ଆମିଷ ବିକ୍ରି କଟକଣାକୁ କୋରାପୁଟ ଜିଲ୍ଲାପାଳ ହଟାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!