ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ସୋମବାର ପୂର୍ବାହ୍ନରେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଭଙ୍ଗା ମୁଣ୍ଡା ମଠର ମହନ୍ତ ହରେକୃଷ୍ଣ ଦାସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କଳସଯାତ୍ରା ରେ ତିନି ଶହରୁ ଅଧିକ ମହିଳା ଶୋଭାଯାତ୍ରା ରେ ମଠରୁ ବାହାରି ମହାନଦୀର ନୂଆଁ ଗଡ଼ ଘାଟରୁ ଜଳପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ।

ଯଜ୍ଞ କମିଟିର ସଭାପତି ସାଫି ମେହେର ଓ ସଂପାଦକ ମହାଦେବ ନାଏକ କଳସଯାତ୍ରା ପରିଚାଳନା କରିଥିଲେ। ଆଚାର୍ଯ୍ୟ ଭାବରେ ଭାଗିରଥୀ ପଣ୍ଡା, ଗୋପାଳ ପାଢ଼ୀ ଓ ଶ୍ରୀନିବାସ ନାୟକ ରହିଥିବାବେଳେ ଆଜିର କାର୍ଯ୍ୟକ୍ରମରେ ଉମେଶ ପ୍ରସାଦ ରଥ, ତ୍ରିପୁରାରି ମଲ୍ଲିକ,ଉମେଶ ପଧାନ, ପ୍ରଦ୍ୟୁମ୍ନ କର୍ମୀ, ପ୍ରଫୁଲ୍ଲ ବେହେରା, ନାରାୟଣ ସାହୁ, ଜଗଦୀଶ ମେହେର, ଚୈତନ୍ୟ ପଧାନ,ପଞ୍ଚୁ ମେଣ୍ଡିଲି, ରାମଚନ୍ଦ୍ର ପ୍ରଧାନ,ଶିବ ମେହେର, ଦାଶରଥି ଭୋଇ,ଅଯତ୍ନ କଲତା ପ୍ରମୁଖ ସହଯୋଗ କରିଥିଲେ।

ପ୍ରକାଶ ଥାଉକି ଆସନ୍ତା ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ରାଧାମାଧବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ରାମାୟଣ ନବାହ ପାରାୟଣ ସହିତ ୫୬ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ ଏବଂ ତତ୍ ସହିତ କଂସ ଦରବାର ମଧ୍ୟ ହେବ । ନବାହ ପାରାୟଣ ରେ ତରଣୀସେନ ତ୍ରିପାଠୀ ବ୍ୟାସାସନେ ଅଳଙ୍କୃତ ହୋଇ ରାମାୟଣ ପାଠ କରିବେ । ବିଭିନ୍ନ ଦିନର କାର୍ଯ୍ୟକ୍ରମ ରେ ୧୧ ଯୋଡ଼ି କର୍ତ୍ତା ଚୟନ କରା ଯାଇଥିବା କମିଟି ସୂତ୍ରରୁ ପ୍ରକାଶ। ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୬୦୦ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!