ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ୪୮ତମ ବାର୍ଷିକ କ୍ରୀଡାର ଶୁଭାରମ୍ଭ ହୋଇଯାଇଛି । ନିକଟସ୍ଥ ଠାକୁରାଣୀ ମନ୍ଦିରରୁ କ୍ରୀଡା ଜ୍ୟୋତି ଆସି ପହଞ୍ଚିବା ପରେ କଲେଜ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ରଙ୍କ ଦ୍ବାରା କ୍ରୀଡା ପତାକା ଉତ୍ତୋଳନ ସହ ପ୍ରତିଯୋଗୀଙ୍କ ସାମୁହିକ ଶପଥ ପାଠ କରାଯାଇଥିଲା । ଉକ୍ତ ବାର୍ଷିକ କ୍ରୀଡାର ଉଦଘାଟନୀ ଉତ୍ସବରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ପ୍ରଶାସନିକ ଅଧିକାରୀ ଡ.ପ୍ରଦୀପ କୁମାର ଦାଶ, +୩ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଅକ୍ଷୟ କୁମାର ସାହୁ , +୨ କ୍ରୀଡା ସଂସଦ ଉପସଭାପତି ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, ସହକାରୀ ଉପସଭାପତି ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ।
ଏ ଅବସରରେ ଉଭୟ ପୁରୁଷ ଓ ମହିଳା ବିଭାଗର ଦୌଡ, ଲଙ୍ଗଜମ୍ପ୍, ହାଇଜମ୍ପ୍ , ସଟପୁଟ୍ ଥ୍ରୋ, ଡିସକ୍ସ୍ ଥ୍ରୋ, ଜାଭେଲିନ୍ ଥ୍ରୋ ଆଦି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପ୍ରତିଯୋଗିତା ଗୁଡିକୁ କ୍ରୀଡା ଶିକ୍ଷକ ଶ୍ରୀନିବାସ ଦୋରା ପରିଚାଳନା କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିବା ବେଳେ ଅଧ୍ୟାପକ କିଶୋର ଚନ୍ଦ୍ର ଶବର ,ଅଧ୍ୟାପିକା ରଶ୍ମିତା କୁମାରୀ ପଟ୍ଟନାୟକ, ସସ୍ମିତା ସାମନ୍ତରା, ଭି.ସନ୍ତୋଷୀ ରାଜୁ ଓ ସୁରଜିତା ସାହୁ ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।
