ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୪ଟି ବିଦ୍ୟାଳୟର ୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାନୁଆରୀ ମାସର ଅନ୍ତିମ ଦିବସରେ ଅବସର ଗ୍ରହଣ କରିଥିବା ବେଳେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ଯରେ ଏକ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ସଂଘ ସଭାପତି ବିଶ୍ବ ମୋହନ ମିଶ୍ର ଓ ସମ୍ପାଦକ ହରେକୃଷ୍ଣ ପାତ୍ର, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କୁମାର ଖାଡ଼ଙ୍ଗା, ଏନପିଏସ୍ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡ ଓ ସମ୍ପାଦକ ସନାତନ ପ୍ରଧାନ, ଏବିଇଓ କୃଷ୍ଣଚନ୍ଦ୍ର ବେହେରା ଓ ଏସଓ ପ୍ରିୟଦର୍ଶୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏ ଅବସରରେ ଅବସର ଗ୍ରହଣ କରିଥିବା ଗୁଡିପଲ୍ଲୀ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦେବୀ , ଚିରିକିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଗନ୍ତାୟତ ଓ ସହକାରୀ ଶିକ୍ଷକ ଦେବରାଜ ଗୌଡ , ମୋଟାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କୁ ଫାଇନାଲ ପେନସନ୍ ଅର୍ଡର ସହ ରାମଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାସ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!