ରାୟଗଡ଼ା (ଗୋପୀନାଥ ଗୌଡ଼): ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ୭୭ ତମ ସାଧାଣତନ୍ତ୍ର ଦିବସ ଉପଲକ୍ଷେ ମହିଳା ୱାକର୍ କ୍ଲବ୍ ତରଫରୁ ବକୃତା ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । କ୍ଳବ୍ ର ସଭାପତି ଶ୍ରୀମତୀ ଶ୍ରମିତା ପାଢ଼ୀଙ୍କ ଅଧ୍ୟକ୍ଷତା ରେ ଅତିଥି ୱାକର ସତ୍ୟବାଦୀପତି (mgf) ଷ୍ଟାର ଡନର ଓ ୱାକର ଟି. ଜୟରାମ (mgf) ମୁଖ୍ୟ ଆଞ୍ଚଳିକ ସଂଯୋଜକ ଯୋଗଦେଇ ସାଧାରଣତନ୍ତ୍ର ଦିବସ କାହିଁକି ପାଳନ କରାଯାଏ ଛାତ୍ର ଛାତ୍ରୀ ଠାରେ ଉପସ୍ଥାପନା କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରାୟ ୨୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।
ନିମନ୍ତ୍ରିତ ଅତିଥିଙ୍କ ଦ୍ଵାରା କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିବାବେଳେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ବିତରଣ କରାଯାଇଥିଲା ଓ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ କ୍ଲବ୍ ତରଫରୁ ଚକୋଲେଟ୍ ଓ ବିସ୍କୁଟ ବିତରଣ କରାଯାଇଥିଲା। ଏହି ଅବସରରେ କ୍ଲବ୍ ର ଉପସଭାପତି ଶ୍ରୀମତୀ ରିନା ଲେଙ୍କା ସମ୍ପାଦିକା ଶ୍ରୀମତୀ ଅଞ୍ଜଳି ପଣ୍ଡା ସହ ସମ୍ପାଦିକା ବିଜୟା ଆଚାରୀ କୋଷାଦକ୍ଷା ଶ୍ରୀମତୀ ସୁଜାତା ପାଢ଼ୀ ଉପଦେଷ୍ଟା ସୁଭାରାଣୀ ରଜିତା କୋରଡ଼ା B. ଲକ୍ଷ୍ମୀ ଓ ଜଲୀ ୱାକର j. ମିତାରାଣୀ ସହ କ୍ଲବ୍ ର ଅନେକ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟ ଟିକୁ ସଫଳ କରିଥିଲେ।
