ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ l

କେନ୍ଦୁଝର/ବଡ଼ବିଲ(ସୀତାରାମ ଦୀକ୍ଷିତ) :-୨0୧୯ ମସିହା ଫେବୃଆରୀ ୧୫ ତାରିଖ ଦିନ ଜାମୁ କାଶ୍ମୀର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ୪0 ଜଣ ସି ଆର୍ ପି ଏଫ୍ ଯବାନ ସହିତ ହୋଇଥିଲେ l ଦେଶପାଇଁ ବଳିଦାନ ଦେଇଥିବା ଏହି ବୀର ଯବାନ ଙ୍କ ନିମନ୍ତେ ଫେବୃଆରୀ ୧୪ କୁ ଜାତୀୟ କଳା ଦିବସ ରୂପେ ପାଳନ କରାଯାଉଛି l ଯୋଡ଼ା ବ୍ଲକ ଭଦ୍ରାସାହି ଗ୍ରାମ ପଞ୍ଚାୟତ ବଏଜ କ୍ଲବ ପକ୍ଷରୁ ମଧ୍ୟ କଳା ଦିବସ ପାଳନ କରାଯାଇଛି l କ୍ଲବ ର ସଦସ୍ୟ ଙ୍କ ଦ୍ୱାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ର ଆୟୋଜନ କରାଯାଇ ବୋଏଜ କ୍ଲବ ଠାରୁ ଭଦ୍ରାସାହି ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଯାଇଥିଲା l

ସେଠାରେ ପୁଲୱାମା ଆତଙ୍କୀବାଦୀ ଆକ୍ରମଣ ରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆ ଯାଇଥିଲା l “ଭାରତ ମାତା କି ଜୟ”ନାରାରେ ଭଦ୍ରାସାହି ଛକ ପ୍ରକମ୍ପିତ ହୋଇ ଉଠିଥିଲା l ଭଦ୍ରାସାହି ଅଞ୍ଚଳର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ ଓ ଶତାଧିକ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l କ୍ଲବ ର ସଭାପତି ଦିଲ୍ଲୀପ କୁମାର ବାରିକ, ସମ୍ପାଦକ ଆଶିଷ କୁମାର ଗୁପ୍ତା, ମିଥୁନ ଲୋହାର, ଡାକ୍ତର ଓରାମ, ବିଜୟ ନାଏକ, ଗୁରା ବେହେରା, ସନ୍ତୋଷ ତନ୍ତୀ, ଫିରୋଜ ସର୍ଦ୍ଦାର, ଘନଶ୍ୟାମ ଓରାମ, ଦିନେଶ ପ୍ରସାଦ ଗୁପ୍ତା, କ୍ଷୀରୋଦ ଓରାମ ପ୍ରମୁଖ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!