ମହାଶିବରାତ୍ରୀ ଉପଲକ୍ଷେ ବୁଗୁଡ଼ା ଅଞ୍ଚଳର ସମସ୍ତ ଶୈବପୀଠ ଚଳଚଞ୍ଚଳ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ପବିତ୍ର ମହାଶିବରାତ୍ରି ବା ଜାଗର ଅତି ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶୈବପୀଠ ଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ସମଗ୍ର ଅଞ୍ଚଳ ଶିବମୟ ହୋଇଉଠିଥିଲା।ବୁଗୁଡ଼ାର ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସ୍ଥଳ ବୁଦ୍ଧଖୋଲ, କୁବେରେଶ୍ୱର,ସୋମନାଥ,ଆମ୍ବିଳିଝର, ପାଟଣା ସମେତ ବୁଗୁଡ଼ା ନିକଟସ୍ଥ ବିଭିନ୍ନ ଗ୍ରାମରେ ମଧ୍ୟ ଶତାଧିକ ଭକ୍ତ ମହାଦେବଙ୍କ ଦର୍ଶନ ପାଇଁ ଛୁଟି ଆସିଥିଲେ।

ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ବ୍ରତ ପାଳନ କରିବା ସହ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳି ଉଜାଗର ରହିଥିଲେ। ବିଳମ୍ବିତ ରାତିରେ ମନ୍ଦିର ଚୂଡ଼ାକୁ ମହାଦୀପ ଦର୍ଶନ ପରେ ସମସ୍ତ ବ୍ରତାଧାରୀ ମାନେ ନିଜର ବ୍ରତ ଭଙ୍ଗ କରିଥିଲେ।ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ଏବଂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!