ସମଲ ପୋଲିସ ହାତରେ ଧଳା ଜହର ଚାଲାଣ କାରି ଗିରଫ

ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାର ଏସଆଇ ବିଚିତ୍ରାନନ୍ଦ ସାହୁ ଓ ସାଥି କର୍ମଚାରୀ ଗତ ୧୬ତାରିଖ ରାତି ୧୨ଟା ବେଳେ ପେଟ୍ରୋଲିଂ କଲାବେଳେ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହେଇଛନ୍ତି। ତୁମୁଗୋଲା ଓ ଡଙ୍ଗରବେଡା କେନାଲ ରାସ୍ତାରେ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଜଣେ ବ୍ୟକ୍ତି ଜକା ରାସ୍ତା ଆଡୁ ତୁମୁଗୋଳା ରାସ୍ତା ଦେଇ କୁଲେଇ ଗ୍ରାମକୁ ଏକ ହିରୋ ଗ୍ଲାମର ମୋଟର ସାଇକେଲରେ ଆସୁଥିଲା।ଏସଆଇ ଶ୍ରୀଯୁକ୍ତ ମାନସ ସାହୁ ଗାଡିଟିକୁ ଅଟକାଇ ପଚରା ଉଚରା ସମୟରେ ସେ ନିଜର ପରିଚୟ ବିଧାୟକଙ୍କ କୁଲେଇ ଗ୍ରାମର ହରି ଦାସଙ୍କ ପୁଅ ନରୀ ଓରଫ ନରେନ୍ଦ୍ର କୁମାର ଦାସ (୩୬) ବୋଲି ପରିଚୟ ଦେଇ ସେ ଜଣେ ବ୍ରାଉନ ସୁଗାର ଚୋରା ଚାଲାଣକାରୀ ଏବଂ ବିକ୍ରେତା ବୋଲି କହିଥିଲା।

ଯାଞ୍ଚ ବେଳେ ପ୍ୟାଣ୍ଟ ପକେଟରୁ ୭ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ବିକ୍ରୟ ଉଦ୍ଦେଶ୍ୟରେ ବ୍ରାଉନ ସୁଗାର ରଖିଥିବା ଅଭିଯୋଗରେ ୦୭ ଗ୍ରାମ ବ୍ରାଉନ ସୁଗାର ଏବଂ ନୀଳ କଳା ରଙ୍ଗର ହିରୋ ଗ୍ଲାମର ମୋଟର ସାଇକେଲ ନଂ ଓଡ଼ି ୩୫ବି ୭୧୨୬, ୧୨୦୦/- ଟଙ୍କା ଏବଂ ମୋବାଇଲ୍ ଫୋନ ଜବତ କରାଯାଇଛି। ସମଲ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛି।ଏଭଳି ସଫଳତାକୁ ଅଂଚଳ ବlସି ଓ ସାଧାରଣ ଲୋକ ଙ୍କ କ୍ଷେତ୍ରରୁ ସମଲ ଥାନା ଅଧିକାରୀ ଙ୍କୁ ପ୍ରଶଂସା କରୁଛନ୍ତି,

Leave a Reply

Your email address will not be published. Required fields are marked *

error: Content is protected !!