ନାଲକୋ କୃଷକବଜାର ଠାରେ ବାବା ଆଖଣ୍ଡଳମଣି ଙ୍କ ୧୫ତମ ଜନ୍ମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ଅନୁଗୋଳ(ଅଜିତ କୁମାର ଭୋଇ) :ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗର କୃଷକ ବଜାର ଠାରେ ବାବା ଆଖଣ୍ଡଳମଣି ଙ୍କ ୧୫ତମ ଜନ୍ମ ବାର୍ଷିକ ମହୋତ୍ସବ ଓ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ପାଳନ ହେଉଥିବା ଏହି ଉତ୍ସବ ରେ ରବିବାରଦିନ ଅଙ୍କୁରୋପଣ ହୋଇଥିବା ବେଳେ ସୋମବାରଦିନ ଏକ ବିରାଟ ପଟୁଆରରେ ବାବା ଙ୍କ ଲାଗି ବଜାର ପରିକ୍ରମା କରି କଳସ ଯାତ୍ରା ଦ୍ଵାରା ଜଳ ଅଣାଯାଇଥିଲା । ଏହା ପରେ ସୂର୍ଯ୍ୟ ପୂଜା , ଗୋପୂଜା , ଗୁରୁ ପୂଜା , ଅଭିଷେକ , ଯଜ୍ଞ ମଣ୍ଡପ ସ୍ଥାପନ , ଯଜ୍ଞ ଆରମ୍ଭ କରାଯାଇଥିଲା ।

ଏହି ଯଜ୍ଞରେ ମୁଖ୍ୟ ପୁରୋଧା ଭାବରେ ପୁରୀ ଜଗତସିଂହପୁରର ଗୋବିନ୍ଦଚନ୍ଦ୍ର ପଣ୍ଡା ଓ ସାଥି ପଣ୍ଡିତଙ୍କ ସହ ଯଜ୍ଞ କାର୍ଯ୍ୟ ହୋଇଥିଲା। କର୍ତ୍ତା ଭାବରେ ରାକେଶ କୁମାର ବେହେରା ଓ ତାଙ୍କ ଧର୍ମପତ୍ନୀ ଦିପ୍ତିମୟୀ ବେହରା ଯଜ୍ଞ ରେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କୃଷକ ବଜାର ର ସଭାପତି ସଞ୍ଜୟ କୁମାର ବେହେରା, ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ଉପ ସଭାପତି ନବ କିଶୋର ପରିଡ଼ା, ସହ ସମ୍ପାଦକ ହୃଷୀକେଶ ସାହୁ , ଉପଦେଷ୍ଟା ରାଜ କିଶୋର ନାୟକ ଓ ଆର୍ତ୍ତତ୍ରାଣ ପରିଡ଼ା ଓ କୋଷାଧ୍ୟକ୍ଷ ନୀଳମଣି ସ୍ୱାଇଁ ଯଜ୍ଞ କାର୍ଯ୍ୟ ରେ ସମ୍ପୂର୍ଣ ସାହାଯ୍ୟ କରିଥିଲେ ।

ସନ୍ଧ୍ୟା ସମୟରେ ହଜାର ହଜାର ଲୋକଙ୍କ ଉପସ୍ଥିତ ରେ ଯଜ୍ଞ ପୂର୍ଣ୍ଣାହୁତି ହେବା ସହିତ ଶେଷରେ ଓଡ଼ିଶା ସରକାରଙ୍କ ସୌଜନ୍ୟରୁ ବିଶ୍ଵ ଶାନ୍ତି ଭଜନ ସଂନ୍ଧ୍ୟା ଜଗବନ୍ଧୁ ମୁଦୁଲି, ଭୁବନେଶ୍ୱରଙ୍କ ଦ୍ଵାରା ଭଜନ ସମାରୋହ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ବଜାର ସହିତ ଆଖ ପାଖ ର ଲୋକଙ୍କ ପାଇଁ ପ୍ରାସାଦ ସେବନ ର ବ୍ୟବସ୍ଥା ହେବା ସହିତ ବହୁ ଭକ୍ତ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!