ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭତ୍ତା ବଣ୍ଟନ ହୋଇଯାଇଛି। ସକାଳ ୧୦ ଘଣ୍ଟିକା ସମୟରେ ପରିଷଦ ପ୍ରାଙ୍ଗଣରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ନୂତନ ଭାବେ ୩୫ ଜଣ ବାଦ୍ଧକ୍ୟ, ବିକଳାଙ୍ଗ ଓ ବିଧବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବୁଗୁଡା ଏନଏସି ନଗରପାଳ ଚିତ୍ରସେନ ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧୂକାରୀ ବିଭୁତି ଭୂଷଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସମସ୍ତ କାଉନସିଲର, ହିତାଧୂକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।
