ମୃତ ନାବାଳିକା ପରିବାର କୁ ଭେଟିଲେ କଂଗ୍ରେସ ଫ୍ୟାଟଫାଇଟି କମିଟି

ଅନୁଗୋଳ (ଅଜିତ କୁମାର ଭୋଇ): କଣିହାଁ ଏନଟିପିସି ଥାନା ଅଞ୍ଚଳ ନାବାଳିକା ନିଖୋଜ ଓ ପରେ ହତ୍ୟା ଘଟଣା I ଆଜି ମୃତକ ନାବାଳିକା ପରିବାରକୁ କଂଗ୍ରେସ ର ଫ୍ୟାଟଫାଇଟି ଟିମ୍ ଭେଟି ସମବେଦନା ଜଣାଇଛନ୍ତି Iଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷି ବାହିନିପତି ଙ୍କ ନିର୍ଦ୍ଦେସରେ ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ବିଶ୍ୱକଲ୍ୟାଣି କରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦିକା ଶ୍ରିହାସ୍ମିତା ପଣ୍ଡା,ସମ୍ପାଦିକା ଜୟସ୍ମିତା ମହାନ୍ତି,ଭୂବନେଶ୍ୱର ସଭାନେତୀ ଶ୍ରିୟା ମହାନ୍ତି,କଣିହାଁ ବ୍ଲକ ସଭାପତି ମାନସ ରଞ୍ଜନ ପ୍ରଧାନ,ନାରୀନେତ୍ରୀ ଶାନ୍ତିଲତା ବେହେରା ମୂତ ନାବାଳିକା ପରିବାରକୁ ଭେଟିଥିବା ବେଳେ ଏ ମା ଆଖି ଲୁହରେ ସରକାର ଜଳିପୋଡି ଜିବ,ରକ୍ଷକ ସାଜିଛି ଭକ୍ଷକ,ସରକାର ଏ ଘଟଣାରେ ଆଖୁ ବୁଜି ଦେଉଛନ୍ତି,ଏ ସରକାରରେ ଛୋଟ ଛୁଆ ଟିଏ ବାହାରକୁ ବାହିରି ପାରୁନାହିଁ,ନାରୀ ପ୍ରତି ସୁରକ୍ଷା ଦେଇପାରୁନି ଏ ସରକାର କୁ ଛି ଓ ଥୁ କହି କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ର ନାରିନେତ୍ରୀ Iଦୋଷିକୁ କୋଠର ରୁ କୋଠର ଫାଶି ଦଣ୍ଡ ଦବାସହ ପରିବାର ବର୍ଗକୁ କ୍ଷତିପୂରଣ ରାଶି ୫୦ ଲକ୍ଷ୍ୟ ଦେବାପାଇଁ ମଧ୍ୟ ସରକାରଙ୍କୁ ଦାବି କରିଛନ୍ତି I

Leave a Reply

Your email address will not be published. Required fields are marked *

Powered by Joinchat