ରାମଣ୍ଡାରେ ଗଣେଶ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ନାମଯଜ୍ଞ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ରାମଣ୍ଡା ଗ୍ରାମରେ ଶ୍ରୀ ଗଣେଶ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସ ଯାତ୍ରା ଓ ଶୁଭ ଅଙ୍କୁରାରୋପଣ, ମଣ୍ଡଳ କରଣ ଅଧିବାସ ସହ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି।ଏଥିରେ ଭାମଶ୍ୟାଳି, ବୁଗୁଡ଼ା ଯାଦବ ସାହି,ରାମଣ୍ଡା, ଆଦିପୁର, ଗରେଇଝୁଳି ଆଦି ନାମ ସଂକୀର୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି ।

ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଆୟୋଜିତ ଘୃତଯଜ୍ଞ, ଗୋଯଜ୍ଞ ଓ ଜପଯଜ୍ଞ ଆଦି କାର୍ଯ୍ୟରେ ପ୍ରମୋଦ ପାଟ୍ଟଯୋଶୀ, ମାଧବ ଦାଶ, ଆଲୋକ ପାଟ୍ଟଯୋଶୀ, ଦେବାଶିଷ ଦାଶ, ରାଜେଶ ମିଶ୍ର ପ୍ରମୁଖ ପ୍ରଚାରକ ଓ ପଣ୍ଡିତଗଣ ନିୟୋଜିତ ରହିଥିବା ବେଳେ ଉପେନ୍ଦ୍ର ନାହାକ ସସ୍ତ୍ରୀକ ଯଜ୍ଞକର୍ତ୍ତା ଦାୟିତ୍ଵ ନିର୍ବାହ କରୁଛନ୍ତି । ରାମଣ୍ଡା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ମହୋତ୍ସବରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖୁବାକୁ ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!