ବିଶ୍ୱମହିଳା ଦିବସ ପାଳିତ

ଅନୁଗୋଳ (ଅଜିତ କୁମାର ଭୋଇ): ଆଗେଇବା ଦୈନିକ ଖବରକାଗଜ ପକ୍ଷରୁ ପଂଚାୟତ ସଭାଗୃହ ଠାରେ ବିଶ୍ୱମହିଳା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ତଥା ଆଗେଇବା କାଗଜର ଯୋଗଦେଇ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ ଏବଂ ରାଜ୍ୟ ମହିଳା ଅସୁରିକ୍ଷିତ ବୋଲି ଦର୍ଶାଇଥିବା ବେଳେ ତୁରନ୍ତ ନାରୀମାନଙ୍କୁ ସୁରକ୍ଷା ଦେବାରେ ସରକାର ତତ୍ପରତା ଦେଖାନ୍ତୁ ବୋଲି ପ୍ରକାଶ କରିଥିଲେ । ସେହିପରି ୨୧ରୁ ୬୦ବଷଁ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନାକୁ କାର୍ଯ୍ୟକାରୀ ନକରି ଏହା ୧୮ରୁ ୮୦ବର୍ଷ ପର୍ଯ୍ୟନ୍ତ ବୟସସୀମା ବୃଦ୍ଧି କରିବାକୁ ସେ କହିଥିଲେ ।

ମୁଖ୍ୟବକ୍ତାଭାବେ ଅଧ୍ୟକ୍ଷା ସୁଶ୍ରୀ ସୌଭାଗିନୀ ଦେବୀ, ପୋଲିସ୍ ଅଧିକାରୀ ସରୋଜିନୀ ବେହେରା, ସୁଶ୍ରୀ ବେହେରା, ସମ୍ମାନୀତ ଅତିଥିଭାବେ ପ୍ରିତିଜ୍ ରାଉତ ପ୍ରମୁଖ ଯୋଗଦେଇ ନାରୀମାନେ କିପରି ସୁରକ୍ଷା ପାଉଛନ୍ତି ବକ୍ତବ୍ୟରେ କହିଥିଲେ । ଏହି ଅବସରରେ କେବଳ କନ୍ୟାକୁ ଜନ୍ମ ଦେିଥିବା ମହିଳାଙ୍କୁ ବିଜୁକନ୍ୟାରତ୍ନ ସମ୍ମାନ ଓ ନିଜର ପାରଦର୍ଶିତା ଅର୍ଜନ କରିଥିବା ଝିଅ ଓ ମହିଳାମାନଙ୍କୁ ନନ୍ଦିନୀ ଶତପଥୀ ସମ୍ମାନିତ କରିବାକୁ କହିଥିଲେ । ସମାଜସେବୀ ଜିତେନ୍ଦ୍ର ମହାପାତ୍ର ମଂଚ ପରିଚାଳନା କରିଥିବା ବେଳେ ନିର୍ମଳ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗଦେଇଥିଲେ । ସେହିପରି ତାଲୁକ୍ ଆଇନ ସହାୟତା କମିଟି ତାଳଚେର ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି ।

ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ତଥା ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ତଥା କମିଟିର ଅଧ୍ୟକ୍ଷ ସତ୍ୟନାରାୟଣଙ୍କ ନିର୍ଦ୍ଦେଶକ୍ରମେ ତାଲୁକ ଆଇନ ସହାୟତା କମଇଟି ସିଭିଲକୋର୍ଟ ତାଳଚେର ପରିସରରେ ଥିବା କନଫ୍ରେନ୍ସରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଦୌରାଜଜ୍ ଶ୍ରୀ କର ଯୋଗଦେଇ ପିଓସିଏସଓ ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ ପିଡ଼ିତା ପାଇଁ ଉଦ୍ଦିଷ୍ଟ କ୍ଷତିପୂରଣ ଯୋଜନା ୨୦୨ମ୍ସମ୍ପର୍କରେ ବୁଝାଇଥିଲେ । ବରିଷ୍ଠ ଦେୱାନୀ ବିଚାରପତି ସ୍ୱର୍ଣ୍ଣଲତା ନାୟକ ଓ ଅତିରିକ୍ତ ଦେୱାନୀ ବିଚାରପତି ମଧୁସ୍ମିତା ଜେନା ଯୋଗଦେଇ ମହିଳାମାନେ କିପରି ମାଗଣାରେ ଆଇନସେବା ପାଇବେ ଓ ଏହି ସୁବିଧା ରାଜ୍ୟ, ଜିଲ୍ଳା ଓ ତାଲୁକ ସ୍ତରରେ କାର୍ଯ୍ୟ କରୁଥିବା ଆଇନସେବା ପ୍ରାଧିକରଣ ଓ କମିଟି ମାନଙ୍କୁ ଦ୍ୱାରା କିପରି ଯୋଗାଇ ଦିଆଯାଇଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଉପଖଣ୍ଡ ସ୍ତରୀୟ ଦଣ୍ଡାଧିକାରୀ ସୁଶାନ୍ତ ନାଏକ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ କୃଷ୍ଣା ସୁବୁଧି ଓ ମେଘନା ପଣ୍ଡା ଯୋଗଦେଇ ମହିଳାଙ୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!