ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ): ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳା ବିକାଶମଂଚ (ପରିବର୍ତନ) ଅନୁଗୋଳ ପକ୍ଷରୁ ଆଜି ତାଳଚେର କୋର୍ଟ ପରିସରକୁ ଏକ ପ୍ରତିନିଧି ଦଳ ଆସି ମହିଳା ଓ ପ୍ରାପ୍ତ ବୟସ୍କ କନ୍ୟାମାନଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ଆଇନ ଅନୁୁଯାୟୀ ଶିଘ୍ର ନ୍ୟାୟ ପ୍ରଦାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମହିଳା ବିକାଶମଂଚ ଅନୁଗୋଳ ଜିଲ୍ଳା କନଭେୟର୍ ସବିତା ଧିରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ତାଳଚେର ଓକିଲସଂଘର ସଭାପତି ସନ୍ତୋଷ ସାହୁ ଓ ସଚିବ ମାନସ ବାଇଙ୍କୁ ଏହି ପତ୍ର ପ୍ରଦାନ କରିଥିଲେ ।
ସେହିପରି ମହିଳା ଆଇଜିବୀମନଙ୍କ ମଧ୍ୟରେ ରିସ୍ନାମଞଜରୀ ସାହୁ, ରଞ୍ଜିତା ଗଡ଼ନାୟକ, ସ୍ମୃତି ମହାନ୍ତି, ମାନସୀ ବାରିକ, ପ୍ରଭାତିନୀ ଆଚାର୍ଯ୍ୟ, ରେଣୁବାଳା ମିଶ୍ର ଓ ଅନ୍ୟାନ୍ୟ ଆଇନଜିବୀ ମାନଙ୍କ ଏହି ସମ୍ପର୍କରେ ଅବଗତ କରାଇବା ସହ ପତ୍ର ପ୍ରଦାନ କରିଥିଲେ । ମହିଳା ଓସ ଅପ୍ରାକ୍ତ ବୟସ୍କ କନ୍ୟାମାନଙ୍କ ବିରଧରେ ଘଟୁଥିବା ଅତ୍ୟାଚାର ବିଶେଷକରି ଧର୍ଷଣ ଓ ଅତ୍ୟାଚାର ଘଟଣା ଗଭୀର ଚିନ୍ତାକାରଣ ହୋଇଛି ବୋଲି ପ୍ରତିନିଧି ଦଳପକ୍ଷରୁ ପ୍ରକାଶ କରାଯାଇଥିଲା । ତେଣୁ ବିଚରା କରିବା ସହ ଦୋଷୀମାନଙ୍କୁ ଆବ୍ୟଶକୀୟ ଦଣ୍ଡ ଦିଆଯାଉ । ଏହି କାର୍ଯ୍ୟକ୍ରମରେ ମଂଚ ପକ୍ଷରୁ ପୁଷ୍ପଲତା ପ୍ରଧାନ, ଗୌରୀ ନାଏକ ନିଲକମଲ ସେଠୀ, ସୁକେସିନୀ ଭଦ୍ୟ, ପିୟମଦା ସାହୁ, ଶାନ୍ତିଲତା ନାଏକ, ପ୍ରତିମା ବେହେରା, ନମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
