କେନ୍ଦୁଝର /ଚମ୍ପୁଆ (ପ୍ରଦୀପ ମହାନ୍ତ) :ଚମ୍ପୁଆ ଧରଣିଧର ନଗର ଭବନଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ମହିଳା କମିଶନ ସଦସ୍ୟା ଡ.କଳ୍ପନା ମାଲ୍ଲିକ ସମ୍ମାନିତ ଅତିଥିଭାବ ଡ. ସ୍ଵାଧୀନତା ପାତ୍ର, ଝରଣା ମହାନ୍ତ, ସିଦ୍ଧାର୍ଥ ସିଂ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରାବଣି ଜେନା, ହାଡିବନ୍ଧୁ ସୁରେନ ଆଦି ମଞ୍ଚାସିନଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଓଡ଼ିଶାର ବଙ୍ଗ କବି ଧର୍ମ ଛଡା ଯୋଗଦାନ କରି ସମାଜରେ ମା ମାନଙ୍କ ଭୂମିକା ସଂପର୍କରେ ଅବଗତ କରିଥିଲେ ।
ସଭାରେ ମହିଳା କମିଶନ ସଦସ୍ୟା ଶ୍ରୀମତୀ ମଲ୍ଲିକ ସମାଜରେ ମା ମାନଙ୍କ ଭୂମିକା ଶୁର୍ପଣଖା ଭଳି ନୁହେଁ ସୀତାଙ୍କ ପରି ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ମା ମାନେ ସୀତାଙ୍କ ନିତୀ ଓ ଆଦର୍ଶରେ କାର୍ଯ୍ୟ କରିବାକୁ ପରାର୍ମଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁଲିସ ବାହିନୀ, ଶିକ୍ଷକ ଛାତ୍ରୀ। ସେବିକା ଆଦି ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ମାନିତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଫେଡେରେସନ ସଭାପତି ମମତା ରାଓତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସୁର୍ପଜ଼୍ଯାସୁଜନୀ ରାଓତ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଚମ୍ପୁଆବ୍ଲକର ସମସ୍ତ ଗ୍ରାମପଞ୍ଚାୟତର ପଞ୍ଚାୟତ ସ୍ତରୀୟ ସଂଘ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।
