ବିଶାଳ ବ୍ୟବଧାନରେ ତୃତୀୟଥର ପାଇଁ T20 ବିଶ୍ୱକପ୍ ହାତେଇଲା ଭାରତ

ଅହମ୍ମଦାବାଦ (ଶ୍ରୀକ୍ଷେତ୍ର ନ୍ୟୁ୍ଜ଼ ବ୍ୟୁରୋ): ଦୁଇଟି ଅପମାନଜନକ ବଦନାମ କୁ ଭୁଲ ସାବ୍ୟସ୍ତ କଲେ ଭାରତୀୟ ଦଳଆଇସିସି ବିଶ୍ୱକପ ଟି-୨୦ ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ତୃତୀୟ ଥର ପାଇଁ ଟାଇଟଲ ହାତେଇଲା ଭାରତ। ଭାରତର ଘାତକ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ପରାଜୟ ବରଣ କଲା ନ୍ୟୁଜିଲାଣ୍ଡ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ ଶେଷ ହୋଇଛି। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରିଛି। ମ୍ୟାଚ ଆରମ୍ଭରେ ନ୍ୟୁଜଲାଣ୍ଡ ଟଚ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମ୍ୟାଚ ଆରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷ୍ପୋରକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଫିକା ପଡିଥିଲା।

ନିର୍ଦ୍ଧାରିତ ୨୦ ଓଭର ଖେଳି ଭାରତ ୫ଓ୍ବିକେଟ ହରାଇ ୨୫୫ ରନ ସଂଗ୍ରହ କରିଛି। ଆରମ୍ଭରୁ ଦୁଇ ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ଓ ଅଭିଷେକ ୭ଓଭର ୧ବଲ ଖେଳି ୯୮ରନ କରିଥିଲେ। ସଞ୍ଜୁ ସାମସନ ୪୬ବଲ ଖେଳି ୮ଟି ଛକା ଓ ୫ଟି ଚୌକା ସହ ସର୍ବାଧିକ ୮୯ରନ ସଂଗ୍ରହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଭିଷେକ ଶର୍ମା ୨୧ ବଲରେ ୬ଚୌକା ଓ ୩ଛକା ସହ ୫୨ ରନ,ଈଶାନ କିଷାନ ୨୫ ବଲରେ ୪ଟି ଚୌକା ଓ ୪ଟି ଛକା ସହ ୫୪ ରନ ଏବଂ ଶିବମ ଦୁବେ ୮ ବଲରେ ୩ଟି ଚୌକା ଓ ୨ଟି ଛକା ସହ ୨୬ ରନ ସଂଗ୍ରହ କରିଛନ୍ତି।

ଜବାବରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୫୯ ରନ କରିବାରେ ସକ୍ଷମ ହୋଇଛି। ଭାରତୀୟ ବୋଲର ଯଶପ୍ରୀତ ବୁମରା ସର୍ବାଧିକ ୪ଟି ଓ୍ବିକେଟ ହାସଲ କରିଛନ୍ତି। ସେହିପରି ବୋଲର ଅକ୍ଷର ପଟେଲ ୩ଟି ଏବଂ ହାର୍ଦିକ ପାଣ୍ଡ୍ୟା,ବରୁଣ ଚକ୍ରବର୍ତୀ ଓ ଅଭିଷେକ ଶର୍ମା ୧ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସେଫାର୍ଟ ୫ଟି ଛକା ଓ ୨ଟି ଚୌକା ସହ ସର୍ବଧିକ ୫୨ରନ ସଂଗ୍ରହ କରିଛନ୍ତି। ଅନ୍ୟପକ୍ଷରେ କୋଚ ଗୌତମ ଗମ୍ଭିର ଉପରେ ଲାଗୁଥିବା ଆରୋପ ଓ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଉପରେ ଲାଗୁଥିବା ବଦନାମ କୁ ଭାରତୀୟ ଦଳ ଭୁଲ ସାବ୍ୟସ୍ତ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!