ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତରେ ମାର୍ଚ୍ଚ ୦୯ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ଏବିଡିଓ ଧର୍ମରାଜ ପରିଡା ଓ ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀଙ୍କ ତତ୍ତ୍ବାବଧାନରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ସିଡିପିଓ ବବିତା କୁମାରୀ ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ପିଣ୍ଟୁ କୁମାର ସେଠୀ ପ୍ରମୁଖ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
ମୋଟ ୧୨ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୯ ଟି ଅଭିଯୋଗ ବ୍ୟକ୍ତିଗତ ଓ ୩ ଟି ଗୋଷ୍ଠୀଗତ ଅଭିଯୋଗ ଥୂଲା । ଶିବିରରେ ତତ୍କାଳୀନ ୯ ଟି ଅଭିଯୋଗ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଏସଏସଓ, ବିଭିଓ, ଆରଡ଼ି ଜେଇ, ଏବିଇଓ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ ।
