ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ଅବହେଳା : ୩ ବନ କର୍ମଚାରୀ ନିଲମ୍ବିତ

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ଅବହେଳା ଅଭିଯୋଗରେ ୨ ଜଣ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ କେନ୍ଦୁଝର ଡିଏଫ୍ଓ ଏଚ୍‌.ଡି. ଧନରାଜଙ୍କ ନିର୍ଦ୍ଦେଶରେ ଗ୍ରହଣ କରାଯାଇଛି।ସୂଚନା ଅନୁସାରେ, ଘଟଗାଁ ବନାଞ୍ଚଳର ଫରେଷ୍ଟର ପ୍ରମୋଦ ବେହେରା ଓ ବିଶ୍ୱରଞ୍ଜନ ମିଶ୍ର ସହ ପାଟଣା ବନାଞ୍ଚଳର ବନରଖି ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବିତ କରାଯାଇଛି। ଜଙ୍ଗଲ ନିଆଁ ନିୟନ୍ତ୍ରଣ କାର୍ଯ୍ୟରେ ଦାୟିତ୍ୱହୀନତା ଓ ଅବହେଳା ଦେଖାଯାଇଥିବାରୁ ଏହି କଠୋର ପଦକ୍ଷେପ ନିଆଯାଇଛି।


ଏବର୍ଷ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ସର୍ବାଧିକ ନିଆଁ ଲାଗିଥିବା ଘଟଣା ସମ୍ମୁଖରେ ଆସିଥିଲା। ଏହି ନିଆଁକୁ ସମୟରେ ନିୟନ୍ତ୍ରଣ କରିବାରେ ବିଫଳ ହେବା ଓ ଦାୟିତ୍ୱରେ ଅବହେଳା ପାଇଁ ସମ୍ବନ୍ଧିତ ବନ କର୍ମଚାରୀଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।
ନିଲମ୍ବିତ ତିନିଜଣ କର୍ମଚାରୀ ନିଲମ୍ବନ ସମୟରେ ଜିଲ୍ଲା ମୁଖ୍ୟାଳୟରେ ରହି କାର୍ଯ୍ୟ କରିବେ ବୋଲି ବନ ବିଭାଗ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!