ଅନୁଗୁଳ (ଅଜିତ କୁମାର ଭୋଇ): ତାଳଚେର ବ୍ଲକ ବ୍ରଜନାଥ ପୁର ଗ୍ରାମପଞ୍ଚାୟତ ର ରାଧାରମଣପୁର ଗାଁ ରେ ଏକ ଅଭାବନିୟ ଘଟଣା ଘଟିଛି, ସୂଚନା ଥାଉକି ସକାଳ ୧୧:୦୦ ଘଟିକା ସମୟରୁ ଆସି ସନ୍ଧ୍ୟା 5ଟା ହେଲାଣି ଘର ଭିତରେ ଗୃହ ବନ୍ଦୀ ହୋଇ ଅଛନ୍ତି, ମହିଳା ଙ୍କ କହିବା କଥା କି ଧର୍ମପୁର ଗ୍ରାମର ଚିଣ୍ଟୁ ମହାପାତ୍ର ମୋତେ ସକାଳେ ଆସି ମୋତେ ଗାଳି ଗୁଲଜ କରିବା ସହ ମୋ ଘର ର ମୁଖ୍ୟ ଦ୍ୱାରକୁ ତାଲା ପକାଇ ଦେଇଛନ୍ତି, ମୋର ପୁଅ ଏ ଘଟଣା କୁ ନେଇ ପୋଲିସ ସହାୟତା 112କୁ ଫୋନ କରି ଥୀଲା, କିନ୍ତୁ ବଡ ଦୁଃଖ ର କଥା ଏଯାଏଁ ପୋଲିସ କର୍ତ୍ତୃ ପକ୍ଷ କେହି ଆସିନାହାନ୍ତି, ତାପରେ ଗ୍ରାମର ପାଖ ଫାଣ୍ଡି କୁ ଯାଇ ତାଙ୍କ ପୁଅ ଆଶୁତୋଷ ମୌଖିକ ଜଣାଇବା ପରେ ମଧ୍ୟ ଥାନା ଅଧିକାରୀ ପକ୍ଷରୁ କେହି ଆସି ମହିଳାଙ୍କୁ ଉଦ୍ଧାର କରୁ ନାହାନ୍ତି ।
