ରାୟଗଡ (ଗୋପୀନାଥ ଗୌଡ଼) : ସ୍ଥାନୀୟ ରାୟଗଡା ସ୍ଥିତ ସ୍ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରାଧା କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀ ସତ୍ୟବାଦୀ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ୟୁ.କେ.ଜି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।ସମ୍ମାନନୀୟ ରିଜିଓନାଲ ଡିରେକ୍ଟର ଶ୍ରୀ ରାଜେଶ କୁମାର ପାଢ଼ୀ , ତାଙ୍କ ସଂଭାଷଣରେ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ ।
ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଆଡ୍ମିନିସ୍ଟ୍ରେଟର ସୁଶ୍ରୀ ସସ୍ମିତା ମହାନ୍ତି ତତ୍ୱାବଧାନରେ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପତି , ତାଙ୍କ ଅଭିଭାଷଣରେ ଶିକ୍ଷାର ଗୁରୁତ୍ୱ ଓ ନୈତିକ ଶିକ୍ଷାର ଉପରେ ଜୋର ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକଳାପକୁ ଉତ୍ସାହିତ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ବହୁ ମାତ୍ରାରେ ଅଭିଭାବକମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମଟିକୁ ଉପଭୋଗ କରିଥିଲେ ।
