ପଖାଳ ଦିବସ ପାଳିତ

ରାୟଗଡ଼ା (ଗୋପୀନାଥ ଗୌଡ଼): ଓଡିଶାର ଲୋକ ଜୀବନ ସହିତ ଜଡିତ ଏକ ଅତ୍ୟନ୍ତ ଲୋକପ୍ରିୟ ପର୍ବ ହେଉଛି ପଖାଳ ପରବ ତଥା ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ଏହି ଦିବସକୁ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଉଛି । ଗରମ ଦିନର ଆରମ୍ଭ ସହିତ ଶରୀରକୁ ଶୀତଳ ରଖିବା ପାଇଁ ପଖାଳ ଖାଇବାର ପ୍ରଥାକୁ ଏହି ଦିବସ ଉତ୍ସାହିତ କରିଥାଏ । ଏହି ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଳାରେ ଏହି ଦିବସ ପାଳନ କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଳା ପ୍ରଶାସନ ଏବଂ ଜିଲ୍ଳା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ମଧ୍ୟ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ପରିସରରେ ପଖାଳ ପରବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଆଶୁତୋଷ କୁଲକର୍ଣ୍ଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ନବୀନ ଚନ୍ଦ୍ର ନାୟକ,ଜିଲ୍ଳା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତି ମୀନତି ଦେଓ, ଜିଲ୍ଳା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଏହି କାର୍ଯ୍ୟକ୍ରମରେ ପଖାଳ କଂସା ସହିତ ବଡି ଚୁରା,ବାଇଗଣ ଭର୍ତା,ଆଳୁ ଭର୍ତା,ଶାଗବଡି,ମାଛ ଭଜା,ମୁନିଗା ଆଳୁ ଇତ୍ୟାଦି ସ୍ୱାଦିଷ୍ଟ ପଦାର୍ଥ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସମସ୍ତେ ଏକାଠି ହୋଇ ଏହି ପଖାଳ ଖାଇବାର ମଜା ଉଠାଇଥିବା ବେଳେ ପଖାଳ କେବଳ ଏକ ଖାଦ୍ୟ ନୁହେଁ,ଏହା ଓଡିଆ ସଂସ୍କୃତିର ଏକ ପରିଚୟ । ଏହା ଶରୀରକୁ ଶୀତଳ କରିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ | ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଭୂବନେଶ୍ୱରରୁ ଆଭାସି ମାଧ୍ୟମରେ ରାଜ୍ୟ ସ୍ତରୀୟ ପଖାଳ ପରବ କାର୍ଯ୍ୟକ୍ରମ ସିଧା ପ୍ରସାରଣ ଦେଖିବାର ବ୍ୟବସ୍ଥା କରାଯାଇଥିଲା । ଯେଉଁଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି,ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତି ପ୍ରଭାତି ପରିଡା,ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ଅନ୍ୟମାନେ ଯୋଗ ଦେଇଥିବା ବେଳେ ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ,ଏହା ଆମ ମାଟିର ବାସ୍ନା,ଆମ ପରିମ୍ପରାର ଗୈାରବ ଏବଂ ଓଡିଆ ଜୀବନ ଶୈଳୀର ଏକ ଅଭିନ୍ନ ଅଙ୍ଗ ହୋଇଥିବା ବେଳେ ଏହି ପାରମ୍ପରିକ ଖାଦ୍ୟର ଗୈାରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!