ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ,ପିଡି ମୃତ୍ତିକା ସଂରକ୍ଷଣ ବିଭାଗ ର କିଶୋର ଚନ୍ଦ୍ର ବେହେରା, ବଲାଙ୍ଗୀର ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର, ସୋନପୁର ବ୍ଲକ ର ଅତିରିକ୍ତ ମତ୍ସ୍ୟ ଅଧିକାରୀ ତ୍ରିଲୋଚନ ସେଠୀ, ଉଲୁଣ୍ଡା ବ୍ଲକ ଅତିରିକ୍ତ ମତ୍ସ୍ୟ ଅଧିକାରୀ,ଶ୍ରବଣ କହଁର, ଅତିରିକ୍ତ ମତ୍ସ୍ୟ ଫାର୍ମର ଅଧିକାରୀ ଚିତ୍ତରଞ୍ଜନ ରାଉତ ଉପସ୍ଥିତ ଥିଲେ। ସୋନପୁର ଓ ଉଲୁଣ୍ଡା ବ୍ଲକ ରୁ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମତ୍ସ୍ୟ ଚାଷୀ ଙ୍କୁ ଦୁଇ ଦିନ ଧରି ମତ୍ସ୍ୟ ଚାଷ ଉପରେ ତାଲିମ ଦେବାର କାର୍ଯ୍ଯ କ୍ରମ ଆଜି ଶୁଭାରମ୍ଭ ହୋଇଛି।

ପୋଖରୀରେ କିପରି ମାଛ ଚାଷ କରି ରୋଜଗାରକ୍ଷମ ହୋଇପାରିବେ ତା ଉପରେ ତାଲିମ ଦିଆଯାଇଥିଲା। ପୋଖରୀ, ଗାଡ଼ିଆ, ରେ କି ପ୍ରକାର ମାଛଚାଷ କଲେ ଉନ୍ନତ ମାନର ମାଛ ହୋଇପାରିବ ବୋଲି ଅଧିକାରୀ ମାନେ ତାଲିମ ଦେଇଥିଲେ। ସଫଳ ମହିଳା ଚାଷୀ ମାନେ ନିଜ ନିଜ ର ଅନୁଭୂତି ବର୍ଣ୍ଣନା କରିଥିଲେ l ତାଲିମ ଶିବିର କୁ ପୂର୍ଣ୍ଣେନ୍ଦୁ ପଣ୍ଡା ସଂଯୋଜନା କରିଥିଲେ। ମତ୍ସ୍ୟ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat