ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳିତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍କଳ ଦିବସର ଅନୁଚିନ୍ତା ସମ୍ପର୍କେ ଆଲୋକପାତ କରିଥିଲେ। ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ଯକ୍ଷ ହରିହର ମହାରଣାଙ୍କ ତତ୍ତ୍ବାବଧାନରେ ଉତ୍କଳ ଦିବସ ପାଳିତ ହୋଇଯାଇଛି।

ସେହିପରି ସ୍ଥାନୀୟ ବିରଞ୍ଚି ନାରାୟଣ ପବ୍ଲିକ୍ ସ୍କୁଲରେ ଅଧ୍ଯକ୍ଷ ବାଲଗୋପାଲ୍ ଶତପଥୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ ଉତ୍ସବରେ ଅତିଥି ଭାବେ ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରାମର୍ଶଦାତା ସୁରେଶ ଚନ୍ଦ୍ର ଦାଶ, ଏମଡି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳର ବରପୁତ୍ରମାନଙ୍କ ଅବିସ୍ମରଣୀୟ ଭୂମିକା ସମ୍ପର୍କେ ଆଲୋକପାତ କରିଥିଲେ। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ଗିତାଞ୍ଜଳୀ ଚୌଧୁରୀ ଓ ତପସ୍ବିନୀ ମିଶ୍ର ଅଭିଭାଷଣ ପ୍ରଦାନ ପ୍ରଦାନ କରିଥିବା ବେଳେ ପରିଶେଷରେ ଶିକ୍ଷୟିତ୍ରୀ କୁମୁଦିନୀ ସାବତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat