ଚମ୍ପୁଆ ଶିଶୁ ମନ୍ଦିରରେ ଓଡ଼ିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହାନ୍ତ) :ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଓଡିଶା ଦିବସ ଓ ବିଦ୍ୟାରମ୍ଭ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓ ଚିତ୍ତରଞ୍ଜନ ମହାନ୍ତ ଆଦି ମଞ୍ଚାସୀନ ଥିଲେ । ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ ଓଡିଶା ଦିବସର ତାତ୍ପର୍ଯ୍ୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଓଡିଶା ଦିବସ ପ୍ରସଙ୍ଗରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରିଥିଲେ ।

ଆଚାର୍ଯ୍ୟ ଭାସ୍କର ଚନ୍ଦ୍ର ମହାକୁଡ଼ ଓଡ଼ିଶାର ବରପୁତ୍ର ମାନଙ୍କର ଓଡ଼ିଶା ପ୍ରଦେଶ ଗଠନରେ ଭୂମିକା ବିଷୟରେ ଅବଗତ କରିଥିଲେ । ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ଓଡିଶାର ବରପୁତ୍ର ମାନଙ୍କର ତୈଳଚିତ୍ରରେ ପୁଷ୍ପ ପ୍ରଦାନ କରିବା ସହିତ ସମବେତ ଭାବେ ଓଡିଶାର ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳଜନନୀ’ ଗାନ କରିଥିଲେ । ଏଥି ସହିତ ବିଦ୍ୟାଳୟର ପଣ୍ଡିତ କପିଳେନ୍ଦ୍ର ସାମନ୍ତରା ବୈଦିକ ରୀତିରେ ବିଦ୍ୟାରମ୍ଭ ଯଜ୍ଞ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!