ଅନ୍ଧାରିଆ ସାହି ଛକରେ ବିପଦଜ୍ଜନକ ଭଙ୍ଗା କଭର ପ୍ଲେଟ, ଘଟୁଛି ଦୁର୍ଘଟଣା, ପ୍ରତିକାର ଦାବି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଏନଏସି ଓ୍ବାର୍ଡ ନଂ-୭ ଅନ୍ତର୍ଗତ ଅନ୍ଧାରିଆ ସାହି ଛକରେ ଏକ କଭର ପ୍ଲେଟ ଭାଙ୍ଗିଯାଇ ବିପଦଜ୍ଜନକ ପରିସ୍ଥିତି ସୃଷ୍ଟି କରୁଥିବା ଦୃଶ୍ୟମାନ ହେଉଛି। ସାହିର ପ୍ରବେଶ ପଥର ମଧ୍ୟଭାଗରେ ଥିବା ସେହି ଭଙ୍ଗା କଭର ପ୍ଲେଟ୍ ଯୋଗୁଁ ଦୁର୍ଘଟଣାମାନ ଘଟୁଛି। ବିଶେଷକରି ରାତିରେ ଯାନବାହାନ ଚାଳକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଗାଈଗୋରୁ ମଧ୍ୟ ସେହି ଭଙ୍ଗା କଭର ପ୍ଲେଟର ଗର୍ତ୍ତରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି।

ଏ ନେଇ ବାରମ୍ବାର ଅବଗତ ସତ୍ତ୍ବେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା କରିବା ଦିଗରେ ନିଜର ଅକ୍ଷମତା ପ୍ରକାଶ କରୁଥିବା ବେଳେ ସାହିବାସିନ୍ଦାଙ୍କ ସମେତ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତେବେ କୋଣସି ବଡ ଧରଣର ଦୁଃଖଦ ଘଟଣା ଘଟିବା ପୂର୍ବରୁ ଦୀର୍ଘ ଦିନ ହେଲା ସ୍ଥାନୀୟ ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ସମସ୍ଯାର ସମାଧାନ ସକାଶେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!