ଚନ୍ଦ୍ରଶେଖରପୁର ଗ୍ରାମରେ ଶ୍ରୀ ଜଗନ୍ନାଥଙ୍କ କଥାମୃତ ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମର ଗ୍ରାମବାସୀ ବୃନ୍ଦ ଓ ଚନ୍ଦ୍ରଶେଖର ମନ୍ଦିର କମିଟି ସଦସ୍ୟ ମୋହନ ଚରଣ ନାୟକ,ଦିବାକର ମହାନ୍ତ,କୈଳାଶ ଚନ୍ଦ୍ର ନାଏକ,ରବୀନ୍ଦ୍ର ପ୍ରଧାନ,ତ୍ରିନାଥ ମହାନ୍ତ,କାହ୍ନୁଚରଣ ମହାନ୍ତ,ବସନ୍ତ ନାୟକ,କରୁଣାକର ମୁଣ୍ଡା ଓ ସମସ୍ତ କମିଟି ସଦସ୍ୟଙ୍କ ଆନୁକୂଲ୍ୟରେ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ଜ଼ିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରମଣୀ ନାୟକ, ଚନ୍ଦ୍ରଶେଖରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜୟମଣୀ ନାୟକ ଯୋଗଦେଇଥିଲେ l

ଉତ୍ସବର ଆରମ୍ଭ ହୋଇଥିଲା ମଙ୍ଗଳ ଆରତି ଓ ପୂଜାର୍ଚ୍ଚନା ମାଧ୍ୟମରେ । କୁନି ପ୍ରବଚକ କେଶବଦାସ ଦ୍ଵିତୀକୃଷ୍ଣ ଶ୍ରୀ ଜଗନ୍ନାଥଙ୍କ ମହିମା, ଲୀଳା ଓ ଧାର୍ମିକ ମୂଲ୍ୟ ବିଷୟରେ କଥାମୃତ ପାଠ କରିଥିଲେ । ଭକ୍ତମାନେ ଆଗ୍ରହର ସହିତ ସେହି କଥା ଶୁଣି ଆତ୍ମିକ ଶାନ୍ତି ଅନୁଭବ କରିଥିଲେ । ଏହି ଅବସରରେ ଭଜନ, କୀର୍ତ୍ତନ ଓ ସାଂସ୍କୃତିକ କାର୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।ଉତ୍ସବର ଶେଷରେ ସମସ୍ତ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା ।ଆୟୋଜକମାନେ କହିଥିଲେ ଯେ, ଏହି ପ୍ରକାର ଧାର୍ମିକ କାର୍ୟକ୍ରମ ସମାଜରେ ଶାନ୍ତି, ଏକତା ଓ ଆଧ୍ୟାତ୍ମିକତାକୁ ବୃଦ୍ଧି କରେ । ସ୍ଥାନୀୟ ଲୋକମାନେ ଏହି ଉତ୍ସବକୁ ଅତ୍ୟନ୍ତ ସ୍ୱାଗତ କରିଥିଲେ ଏବଂ ଏପରି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ଆୟୋଜନ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!